ସଡ଼କ ଦୁର୍ଘଟଣାରେ ଓଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ନିଶି କରଙ୍କ ପରଲୋକ

ଭୁବନେଶ୍ୱ: ଓଲିଉଡ ପାଇଁ ଆଉ ଏକ ଦୁଃଖଦ ଖବର । ସଡ଼କ ଦୁର୍ଘଟଣାରେ ଅଭିନେତା ତଥା ନିର୍ଦ୍ଦେଶକ ନିଶି କରଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ପୁରୀ ଜିଲ୍ଲା କାକଟପୁର କାହାଳ ଗାଁରେ ସେ ଜନ୍ମଗ୍ରହଣ କରିଥିଲେ । ନିଶି ଦୁଇଟି ଓଡିଆ ଚଳଚ୍ଚିତ୍ର “ଆତ୍ମା କାନ୍ଦୁଛି”, “ଦୁହେଁ ଦୁହିଁଙ୍କ ପାଇଁ”ରେ ନିର୍ଦ୍ଦେଶନା ଦେବା ସହ  ପ୍ରାୟ ୫୦୦ରୁ ଅଧିକ ଆଲବମରେ ନିର୍ଦ୍ଦେଶନା ଦେଇଛନ୍ତି ।

ସେହିଭଳି ଓଡିଆ ଚଳଚ୍ଚିତ୍ର ଭଲ ପାଏ ବୋଲି, ଜ୍ୟୋସ୍ନା ଭିଜା ସେଇ ରାତି, ମନ ମୋର ଯାଯାବର, ଓମ ସାଇ ରାମରେ ସେ ଅଭିନୟ କରିଥିଲେ । ଏହାସହ ଧାରାବାହିକ ଗାୟତ୍ରୀ, ଉତ୍ତରଦାୟୀ, ବଡ ଘର ବଡ ଗୁମର କଥାରେ ମଧ୍ୟ ତାଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିଥିଲା । ନିଶିଙ୍କ ଦେହାନ୍ତରେ କଳା ଜଗତରେ ଶୋକର ଛାୟା ଖେଳିଯାଇଛି ।

Related Articles

Back to top button