୨୦୧୬ ପରେ ସର୍ବାଧିକ, ଜୁଲାଇ ମାସରେ ୬ ଶହ କୋଟି ୟୁପିଆଇ କାରବାର

ଗତ ଜୁଲାଇ ମାସରେ ୟୁପିଆଇ ମାଧ୍ୟମରେ ୬ ଶହ କୋଟି ଟଙ୍କାର କାରବାର ହୋଇଛି। ଏ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୦୧୬ ପରଠାରୁ ଏହା ସର୍ବାଧିକ ବୋଲି ଜଣାପଡ଼ିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଟ୍ୱିଟ୍‍ ପରେ ଶ୍ରୀ ମୋଦୀ କହିଛନ୍ତି ଯେ ନୂଆ ବୈଷୟିକ ଜ୍ଞାନର ବ୍ୟବହାର କରିବା ଓ ଅର୍ଥନୀତିକୁ ସ୍ୱଚ୍ଛ ରଖିବା ପାଇଁ ଭାରତର ଜନସାଧାରଣଙ୍କ ସାମୂହିକ ସଂକଳ୍ପବଦ୍ଧତାର ଏଥିରୁ ସୂଚନା ମିଳୁଛି। ସେ କହିଛନ୍ତି, କୋଭିଡ ସଂକ୍ରମଣ ସମୟରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ବହୁମାତ୍ରାରେ ସହାୟକ ହୋଇଥିଲା।

Related Articles

Back to top button