ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ମିଳିଲା ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷଙ୍କ ଏନଓସି

ପୁରୀ: ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର ନିର୍ମାଣ ପାଇଁ ମିଳିଲା ଏନଓସି । ସର୍ତ୍ତ ସହ ଅନୁମତି ଦେଇଛନ୍ତି ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ । ନିଷିଦ୍ଧାଞ୍ଚଳରେ ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ ନିର୍ମାଣ ହେବ। ଏହାସହ କ୍ଲକ୍‌ ରୁମ୍‌, କ୍ଲକରୁମ୍‌, ସେଲଟର୍‌ ପାଭିଲିଅନ, ସେବାୟତଙ୍କ ପାଇଁ ଶୌଚାଳୟ ଓ ଇଲେକ୍ଟ୍ରିକାଲ୍‌ ରୁମ୍‌ ନିର୍ମାଣ କରାଯିବ ।

ସେହିପରି ପଶ୍ଚିମ ଦ୍ୱାର ନିକଟରେ ସେବାୟତଙ୍କ ପାଇଁ ଅତିରିକ୍ତ ଶୌଚାଳୟ ଓ କ୍ଲକ୍ ରୁମ ଆଦି ନିର୍ମାଣ ପାଇଁ ମଧ୍ୟ ଏନଏମଏ ଅନୁମତି ଦେଇଛି । ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ଶହେ ମିଟର ବାହାରେ ରିସେପ୍ସନ ସେଣ୍ଟର ନିର୍ମାଣ କରିବା ପାଇଁ ଏନଏମଏ ଏନଓସିରେ ଉଲ୍ଲେଖ କରିଛି । ସେଲଟର ପ୍ୟାଭିଲିୟନ ଉଚ୍ଚତା କମ୍ କରିବାକୁ ପରାମର୍ଶ ମିଳିଛି। ରିସେପ୍ସନ ସେଣ୍ଟର ଦୁଇ ମହଲା ବିଶିଷ୍ଟ ଓ ଏହାର ଉଚ୍ଚତା ୭.୫ମିଟର ମଧ୍ୟରେ ରହିବ । ମଠ ଓ ଛାଉଣୀ ମଠର ପୁନରୁଦ୍ଧାର ହେବ।

ଏଥିସହିତ ଶ୍ରୀମନ୍ଦିର ଠାରୁ ୧୦୧.୫୦ ମିଟର ଦୂରରେ ରଖିବାକୁ ଏନଏମଏ ଅନୁମତି ଦେଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ମଧ୍ୟ ୭.୫୦ ମିଟର ଉଚ୍ଚତା ରଖିବାକୁ ପରାମର୍ଶ ଦେଇଛି କିନ୍ତୁ ଏଥିପାଇଁ ଆଉଥରେ ଏନଓସି ଆବେଦନ କରିବାକୁ ସର୍ତ୍ତ ରହିଛି। ତେବେ ବର୍ଦ୍ଧିତ କିମ୍ବା ନିର୍ମାଣ କରାଯାଇପାରିବ ନାହିଁ । ସେହିପରି ଇନ୍ଫର୍ମେସନ, ଡୋନେସନ ସେଲ, ଫାଷ୍ଟ ଏଡ୍ ସେଣ୍ଟର, ପୋଲିସ ସର୍ଭିସ ସେଣ୍ଟର ଓ ଏଟିଏମ୍ ନିର୍ମାଣ ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣକୁ ଦୃଷ୍ଟିରେ ରଖି ରେଗୁଲେଟେଡ୍ ଅଞ୍ଚଳରେ କରାଯିବ ।

Related Articles

Back to top button