ରାଜ୍ୟରେ ହୋଇପାରିବନି କୌଣସି ବିଜୟ ଶୋଭାଯାତ୍ରା : ପୋଲିସ ଡିଜି ଅରୁଣ ଷଡଙ୍ଗୀ

ଆସନ୍ତାକାଲି ଅର୍ଥାତ୍ ଜୁନ୍ ୪ରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଯିବ । କିନ୍ତୁ ଫଳାଫଳକୁ ନେଇ ରାଜ୍ୟରେ ହୋଇପାରିବନି କୌଣସି ବିଜୟ ଶୋଭାଯାତ୍ରା । ପୋଲିସର ବିନା ଅନୁମତିରେ କୌଣସି ବିଜୟ ଶୋଭାଯାତ୍ରା ହୋଇପାରିବ ନାହିଁ ।

ପୋଲିସ ଡିଜି ଅରୁଣ ଷଡଙ୍ଗୀ କହିଛନ୍ତି, ଏଥର ମାଓ ଅଞ୍ଚଳରେ ଶାନ୍ତିର ସହ ନିର୍ବାଚନ ହୋଇଛି । ପ୍ରତିଥର ହିଂସାକୁ ଲକ୍ଷ୍ୟରେ ରଖି ଏଥର ମାଓ ଅଧ୍ୟୁଷିତ ଅଞ୍ଚଳରେ ସ୍ୱତନ୍ତ୍ର ଯୋଜନା କରାଯାଇଥିଲା । ନିର୍ବାଚନ ତାରିଖ ଘୋଷଣାର ୪ ମାସ ପୂର୍ବରୁ ସେଠାରେ ପୋଲିସ ଅପରେସନ ଆରମ୍ଭ କରି ଦେଇଥିଲା । ଫଳରେ ସେଠାରେ ମାଓବାଦୀମାନେ ନିର୍ବାଚନରେ ବାଧା ସୃଷ୍ଟି କରିପାରି ନ ଥିଲେ ।

Related Articles

Back to top button