
ବିନିକାରେ ନୂଆଁଖାଇ ପର୍ବ ବେଶ୍ ଧୁମ୍ଧାମ୍ରେ ପାଳିତ
ବିନିକା: ଆଜି ସାରା ପଶ୍ଚିମ ଓଡିଶା ପାଳୁଛି ନୂଆଁଖାଇ । ଚାରିଆଡେ ବେଶ୍ ଧୁମ୍ଧାମ୍ରେ ପାଳନ ଚାଲିଛି । ଏହି ପର୍ବକୁ ସମସ୍ତ ପର୍ବର ରାଜା ଭାବରେ ପାଳନ କରାଯାଏ । ଯିଏ ଯେଉଁଠି ଥିଲେ, ଏହି ପର୍ବରୁ ଘରକୁ ଆସିଥାନ୍ତି । ଏବଂ ଛୋଟ ମାନେ ବଡ଼ମାନଙ୍କୁ ଜୁହାର୍ ଭେଟ୍ ହୋଇଥାନ୍ତି । ସୋନପୁର ବିନିକାରେ ମଧ୍ୟ ବେଶ୍ ଆଡମ୍ବରରେ ଚାଲିଛି ନୂଆଁଖାଇ ପର୍ବ ।