୭ଜଣ ଓଏଏସ୍ ଅଫିସରଙ୍କ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୩୭ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି । ସେମାନଙ୍କ ମଧ୍ୟରେ ୩୦ଜଣଙ୍କୁ ବିଡିଓ ଭାବେ ବିଭିନ୍ନ ବ୍ଲକରେ ଅବସ୍ଥାପିତ କରାଯାଇଥିବାବେଳେ ଅନ୍ୟ ୭ଜଣଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗକୁ ଫେରାଇ ଦିଆଯାଇଛି ।

ଆଜି ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୭ଜଣ ଓଏଏସ୍ ଅଫିସର ତୃପ୍ତି ବରାଇ-ବିଜେପୁର ବିଡିଓ, ବୁଲବୁଲ ବେହେରା- କଙ୍କଡ଼ାହାଡ଼ ବିଡିଓ, ସୁଷମା ବାରିକ- ଚିଲିକା ବିଡିଓ, ଆଶୀର୍ବାଦ ପରିଡ଼ା- ଭୁବନ ବିଡିଓ, ତନ୍ମୟ ରଞ୍ଜନ ଜେନା- କୁକୁଡ଼ାଖଣ୍ଡି ବିଡିଓ, ପ୍ରଭାକର ପଣ୍ଡା- ବାରଙ୍ଗ ବିଡିଓ, ଶଙ୍କର୍ଷଣ ବେହେରା – ରାଜବୋରସମ୍ବା ବିଡିଓଙ୍କୁ ରାଜସ୍ୱ ବିଭାଗକୁ ଫେରାଇ ଦିଆଯାଇଛି ଓ ସେମାନଙ୍କୁ ନୂଆ ନିଯୁକ୍ତି ମିଳିଛି ।

Related Articles

Back to top button