ଓଏଏସ୍ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ, ୭୯ ନୂଆ ତହସିଲଦାର ନିଯୁକ୍ତ
ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅଧୀନରେ କାର୍ଯ୍ୟରତ ମୋଟ ୧୬୯ଜଣ ଓଏଏସ ଅଫିସରଙ୍କ ବଦଳି ହୋଇଥିବାବେଳେ ୭୯ଟି ତହସିଲରେ ନୂଆ ତହସିଲଦାରଙ୍କୁ ନିଯୁକ୍ତି ମିଳିଛି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୩ଟି ଭିନ୍ନ ଭିନ୍ନ ବିଜ୍ଞପ୍ତି ଜାରି କରାଯାଇ ମୋଟ ୧୬୯ଜଣ ଜୁନିୟର ଓ ସିନିୟର ବ୍ରାଞ୍ଚ ଓଏଏସ୍ ଅଫିସର ଏବଂ ଓଆରଏସ୍ ଅଫିସରଙ୍କୁ ବଦଳି କରାଯାଇଛି । ଗୋଟିଏ ବିଜ୍ଞପ୍ତିରେ ୫୬ଜଣ ଓଏଏସ୍ ସିନିୟର ଓ ଜୁନିୟର ବ୍ରାଞ୍ଚ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଛି । ସେହିପରି ଅନ୍ୟ ଗୋଟିଏ ବିଜ୍ଞପ୍ତିରେ ମୋଟ ୬୧ଜଣ ଓଏଏସ୍ ସିନିୟର ଓ ଜୁନିୟର ବ୍ରାଞ୍ଚ ଅଫିସରଙ୍କୁ ବଦଳି ହୋଇଛି । ଏଥିରେ ୬୦ଜଣଙ୍କୁ ବିଭିନ୍ନ ତହସିଲରେ ତହସିଲଦାର ଓ ଜଣେ ଅଫିସରଙ୍କୁ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି ।