ତ୍ରିପୁରାରେ କାର୍ଯ୍ୟରତ ଅବସ୍ଥାରେ ଓଡ଼ିଆ ଯବାନ ସହିଦ।

ତ୍ରିପୁରାରେ କାର୍ଯ୍ୟରତ ଅବସ୍ଥାରେ ଓଡ଼ିଆ ଯବାନ ସହିଦ। ଡ୍ୟୁଟିରେ ଥିବା ସମୟରେ ଗାଡି ଦୁର୍ଘଟଣାରେ ଓଡ଼ିଆ ଯବାନ ସହୀଦ ହୋଇଥିବା ଜଣାପଡିଛି। ସହିଦ ଯବାନଙ୍କ ନାଁ ଈଶ୍ୱର ଚନ୍ଦ୍ର ଦୋରା । ସେ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ ସମୟ ହେଲା ବିଏସଏଫରେ କାର୍ଯ୍ୟରତ ଥିଲେ । ରାଜସ୍ତାନରେ ନିଯୁକ୍ତ ହୋଇ ସେ ତ୍ରିପୁରାକୁ ଡେପୁଟେସନରେ ଯାଇଥିଲେ।

ସେଠାରେ କାର୍ଯ୍ୟରତ ଥିବା ସମୟରେ ଗାଡି ଦୁର୍ଘଟଣାରେ ସହିଦ ହୋଇଛନ୍ତି। ତାଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ଗାଁ। ଏହି ଖବର ପ୍ରଚାର ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related Articles

Back to top button