ଦେଶର ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ ଭାବରେ ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇଲେ ଲଳିତ ମୋହନ ପଣ୍ଡା

ନୂଆଦିଲ୍ଲୀ : ଦେଶର ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ ଭାବରେ ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇଛନ୍ତି ଓଡ଼ିଶାର ଗାଇଡ ଲଳିତ ମୋହନ ପଣ୍ଡା । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ଲଳିତ ମୋହନ ପଣ୍ଡାଙ୍କୁ ପର୍ଯ୍ୟଟନ ମନ୍ତ୍ରଣାଳୟ ତରଫରୁ ପର୍ଯ୍ୟଟନ ମନ୍ତ୍ରୀ ଜି.କିଶାନ ଲଳିତ ୨୦୧୮-୧୯ ମସିହା ପାଇଁ ଦେଶର ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ ଭାବରେ ପୁରସ୍କାର ପ୍ରଦାନ କରିଥିଲେ ।

ଓଡ଼ିଶାରୁ ଅନ୍ୟ କୌଣସି ଶ୍ରେଣୀରେ ଏଇ ପୁରସ୍କାର କାହାରିକୁ ମିଳି ନାହିଁ। ସାରା ଦେଶରୁ ଇଷ୍ଟ ଜୋନ ପାଇଁ ଏକ ମାତ୍ର ୱାଇଲ୍ଡ ଲାଇଫ ଭାବରେ ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇଛନ୍ତି ଲଳିତ ମୋହନ ପଣ୍ଡା । ଯାହା ଓଡ଼ିଶା ପାଇଁ ଗୌରବର ବିଷୟ । ଲଳିତ ମୋହନ ପଣ୍ଡା ଟୁରିଜିମ୍ ମ୍ୟାନେଜମେଣ୍ଟରେ ଡିଗ୍ରି ଲାଭ କରିବା ପରେ, ପ୍ରଫେସନାଲ ଗାଇଡ ପ୍ରଶିକ୍ଷଣ ନେଇ ଗତ ୮ ବର୍ଷ ଧରି ରାଜ୍ୟ ଗାଇଡ ଭାବରେ କାର୍ଯ୍ୟ କରୁଛନ୍ତି।

ଗାଇଡ କାମ ସହିତ ସ୍ନେକ ହେଲ୍ପ ଲାଇନର ସଦସ୍ୟ ହୋଇ ବାଙ୍କୀ ତଥା ଆଖପାଖ ଅଞ୍ଚଳରେ ଅନେକ ଲୋକଙ୍କୁ ସାପ ଉପଦ୍ରବରୁ ମଧ୍ୟ ରକ୍ଷା କରିଛନ୍ତି । ୨୦୧୮ ମସିହାରେ ଜଗନ୍ନାଥ ମନ୍ଦିରରେ ରତ୍ନ ଭଣ୍ଡାର ଖୋଲାଯିବା ସମୟରେ ମନ୍ଦିର ପ୍ରଶାସନ ତରଫରୁ ନିମନ୍ତ୍ରିତ ୪ ଜଣିଆ ସ୍ନେକ ହେଲ୍ପ ଲାଇନ ଟିମରେ ମଧ୍ୟ ଲଳିତ ଥିଲେ ଅନ୍ୟତମ । ଆଗରୁ ଖୋର୍ଦ୍ଧା ସବଡିଭିଜନ ତରଫରୁ ଲଳିତଙ୍କୁ ୨୦୧୮ ମସିହାରେ ସବ ଡିଭିଜନ ସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟ ପ୍ରାଣୀ ପୁରସ୍କାର ପାଇଥିଲେ। ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇ ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଲଳିତ ମୋହନ ପଣ୍ଡାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

Related Articles

Back to top button