ଆସନ୍ତାକାଲି ବେଙ୍ଗାଲୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଜିମ୍ ପ୍ରେମଜୀ

ବେଙ୍ଗାଲୁରୁ: ଆସନ୍ତାକାଲି ବେଙ୍ଗାଲୁରୁରେ ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ । ଏଥି ପାଇଁ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏହି ନିବେଶକ ସମ୍ମିଳନୀରେ ୫୦୦ରୁ ଅଧିକ ବଡ଼ ଶିଳ୍ପପତି ଓ ବଡ଼ ବିଜନେସ୍ ମ୍ୟାନ ଯୋଗ ଦେବେ । ନିବେଶକଙ୍କ ସହ  ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ଆଜି ବେଙ୍ଗାଲୁରୁରେ ପହଞ୍ଚି ଗଭମେଣ୍ଟ ସହ ବିଜନେସ୍ ବା G2B ମିଟିଂରେ ଏକାଧିକ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ।  ଏହି ସମୟରେ ବିଜନେସମ୍ୟାନ୍ ଫିଲାନଥ୍ରୋପିଷ୍ଟ ଏବଂ ଓ୍ବିପ୍ରୋର ପୂର୍ବତନ ଅଧ୍ୟକ୍ଷ ଅଜିମ୍ ପ୍ରେମଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।

ଆସନ୍ତା କାଲି ଅର୍ଥାତ୍ ୨୮ ତାରିଖରେ ଓଡ଼ିଶା ସରକାର ଏବଂ ଫେଡେରେସନ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି FICCI ଦ୍ବାରା  ବେଙ୍ଗାଲୁରୁରେ  ଅୟୋଜିତ ହେଉଛି ଓଡ଼ିଶା ଇନଭେଷ୍ଟର୍ସ ମିଟ୍ । ଓଡ଼ିଶା ସରକାରଙ୍କ ଫ୍ଲାଗ୍ ସିପ୍ ଇନଭେଷ୍ଟମେଣ୍ଟ ସମ୍ମିଟ୍ ମେକ୍ ଇନ୍ ଓଡ଼ିଶା କନକ୍ଳେଭ୍ ୨୦୨୨କୁ ନିବେଶକଙ୍କୁ ଆମନ୍ତ୍ରଣ କରିବା ହେଉଛି ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଲକ୍ଷ୍ୟ ।

ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ ଭେଟିବାକୁ ଥିବା ନିବେଶକଙ୍କ ମଧ୍ୟରେ ଅଛନ୍ତି IBM ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ମ୍ୟାନେଜିଙ୍ଗ୍ ପାର୍ଟନର ଅମିତ୍ ଶର୍ମା, ଓ୍ବିପ୍ରୋ ଜିଇ ହେଲଥକେୟାର ପ୍ରାଇଭେଟ୍ ଲିମିଟେଡ୍ର ଏମଡି ଏବଂ ସିଇଓ ଶ୍ରବଣ ଶୁବ୍ରମଣ୍ୟମ୍, ABB କମ୍ପାନୀର ସିଇଓ ଟି.କେ.ଶ୍ରୀଧର, ଇଣ୍ଡୋ ନିଶିନ୍ ଫୁଡ୍ସର ଏମଡି ଏବଂ ସିଇଓ ଗୌତମ ଶର୍ମା, ଟିଟିକେ ପ୍ରେଷ୍ଟିଜ୍ କମ୍ପାନୀର ସିଇଓ ସାରନୟନ, ପେଜ୍ ଇଣ୍ଡଷ୍ଟ୍ରିଜ୍ର ସିଇଓ ଭି.ଏସ.ଗଣେଶ, ହାପିଏଷ୍ଟ ମାଇଣ୍ଡସ୍ର ସିଇଓ ଭେଙ୍କଟରମଣ ଏନ୍, କଟନ୍ ଓ୍ବାର୍ଲଡ୍ର ଫାଉଣ୍ଡର ଏମଡି ବିଏନ୍ ମୋନାପ୍ପା, ଓ୍ବଣ୍ଡ୍ରେଲା କମ୍ପାନୀ ଏମଡି ଅରୁଣ ଚିତାପାଲି, ଇଣ୍ଡିଆନ୍ ଷ୍ଟିଚେସ୍ ପ୍ରାଇଭେଟ୍ ଲିମିଟେଡର ସିଏମଡି ବିଶାଳ ସେହଗଲ ପ୍ରମୁଖ ।

ଆସନ୍ତାକାଲି ବେଙ୍ଗାଲୁରୁର ହୋଟେଲ ତାଜ୍ ଓ୍ବେଷ୍ଟ ଏଣ୍ଡରେ ଆୟୋଜିତ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ ବିଭିନ୍ନ ସେକ୍ଟରରୁ ପ୍ରାୟ ୫୦୦ରୁ ଅଧିକ ଶିଳ୍ପପତି ଓ ବଡ଼ ବିଜ୍ନେସ ମ୍ୟାନ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ଆଜି ବେଙ୍ଗାଲୁରୁ ଗଭମେଣ୍ଟ ଟୁ ବିଜନେସ G2B ମିଟିଙ୍ଗ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ବିଜନେସମ୍ୟାନ୍ ଫିଲାନଥ୍ରୋପିଷ୍ଟ ଏବଂ ଓ୍ବିପ୍ରୋର ପୂର୍ବତନ ଅଧ୍ୟକ୍ଷ ଅଜିମ୍ ପ୍ରେମଜୀ । ସେହିଭଳି ଗୋଲଡେଜନ୍ ହ୍ୟାଚେରିର ଏମଡି ସୟିଦ୍ ଫାହାଦ୍, ୯୧ ସ୍ପ୍ରିଙ୍ଗବୋର୍ଡ଼ର କୋ-ଫାଉଣ୍ଡର ବରୁଣ ଚାଓ୍ବାଲା ଏବଂ ପ୍ରଣୟ ଗୁପ୍ତା, ଡୋଡଲା ଡାଇରୀର ଡାଇରେକ୍ଟର ଏଏମଏସ ରେଡ୍ଡୀ, ନନ୍ଦି ପାଓ୍ବାରଟ୍ରୋନିକ୍ସ କମ୍ପାନୀର ଏମଡି ଏଚଏନ ରାମକ୍ରିଷ୍ଣାୟା, ନେଷ୍ଟାଓ୍ବେ ଏମଡି ଅମରେନ୍ଦ୍ର ସାହୁ, ମେରିଲିନହକ୍  ଏରୋସ୍ପେଶ ଲିମିଟେଡ୍ର ଡାଇରେକ୍ଟର ଏବଂ ସିଇସ ଜାବି ଜୋସେପ୍ ଆଣ୍ଟ୍ରୋଥ୍, ଏମଭିଏମ ଇଣ୍ଡଷ୍ଟ୍ରିର ଫାଉଣ୍ଡର ମ୍ୟାନେଜିଂ ଡାଇରେକ୍ଟର ନନ୍ଦା ଭେଙ୍କଟ ରାଓ, ଶ୍ରାବଣୀ ଏନର୍ଜୀ କମ୍ପାନୀ ଏମଡି ଏନ ପ୍ରଶାନ୍ତ ରାଓ ପ୍ରମୁଖ ।

Related Articles

Back to top button