୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ଗସ୍ତ ସମୟରେ ରାଷ୍ଟ୍ରପତି ମୟୁରଭଞ୍ଜରେ ପ୍ରସିଦ୍ଧ ମା’ କିଚକେଶ୍ବରୀଙ୍କୁ ଦର୍ଶନ କରିବେ । ସୂଚନା ଅନୁସାରେ ମହାମହିମ ଆସନ୍ତା ୨୯ ତାରିଖରେ ପୂର୍ବାହ୍ମରେ ଅଧଘଣ୍ଟା ପର୍ଯ୍ୟନ୍ତ ଐତିହାସିକ ଖିଞ୍ଚି ମନ୍ଦିର ପରିସରରେ ରହିବେ । ଏହି ଅବସରରେ ସେ ମା’ କିଚକେଶ୍ବରୀଙ୍କୁ ଦର୍ଶନ ଓ ଆରତୀ କରିବେ। ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଖିଞ୍ଚି ମନ୍ଦିର କମିଟି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Related Articles

Back to top button