ରାଜ୍ୟରେ ଶୀତର ପ୍ରକୋପ: ୫ଦିନ ଜାରି ରହିବ ଶୀତ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରକୋପକୁ ଲୋକେ ଅନୁଭବ କରୁଛନ୍ତି । ଗତକାଲି ରାତିରେ ସର୍ବାଧିକ ଶୀତ ସିମିଳିଗୁଡ଼ା ଏବଂ କୋରାପୁଟରେ ଦେଖିବାକୁ ମିଳିଥିଲା । ଏହାର ସର୍ବନିମ୍ନ ତାପମାତ୍ରା ୭.୬ଡିଗ୍ରି ରହି ରେକର୍ଡ ସୃଷ୍ଟି କରିଛି । ଅନ୍ୟପଟେ ସମତଳ ଅଂଚଳ, ଫୁଲବାଣୀରେ ୯.୫ଡିଗ୍ରି ଓ କିରୋଇରେ ୯.୪ଡିଗ୍ରି ତାତି ରହିଥିଲା ।

ଏହାସହ ରାଜ୍ୟର ୨୪ଟି ସହରର ତାପମାତ୍ରା ୧୫ଡିଗ୍ରି ତଳକୁ ଥିଲା । ଦାରିଙ୍ଗ ବାଡି ଓ କେନ୍ଦୁଝରରେ ୧୦ ଡିଗ୍ରି, ଝାରସୁଗୁଡାରେ ୧୦.୬ଡିଗ୍ରି, ଦେବଗଡ଼ରେ ୧୧.୫ ଡିଗ୍ରି ଓ ହୀତାକୁଦରେ ୧୧.୮ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।

ଏହାଛଡା କଟକରେ ସର୍ବନିମ୍ନ ତାପମାତ୍ରା ରହିଥିଲା ୧୪.୮ ଡିଗ୍ରି ଏବଂ ଭୁବନେଶ୍ୱରରେ ୧୪ଡିଗ୍ରି ରହିଥିଲା । ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ରହିବ । ଅନେକ ସ୍ଥାନରେ ୨ ରୁ ୩ଡିଗ୍ରି ତାପମାତ୍ରା କମ ରହିବ ବୋଲି ଆଂଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟର ଅନେକ ସ୍ଥାନରେ ଅଳ୍ପ ଧରଣର କୁହୁଡି ଦେଖିବାକୁ ମିଳିଛି ।ହେଲେ ଆଜିଠାରୁ ପାଗ କୁହୁଡ଼ିଆ ରହିବ ନାହିଁ । ଖରା ଅଧିକ ଟାଣ ହେବା ସହ ଆକାଶ ନିର୍ମଳ ରହିବ ।

Related Articles

Back to top button