କେଜ୍ରିୱାଲଙ୍କ ପତ୍ନୀ ଓ ବାପା-ମା’ଙ୍କୁ ପଚରାଉଚରା କରିବ ନାହିଁ ପୁଲିସ

ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତି ମାଲୀୱାଲଙ୍କ ସହିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିବାସରେ ପିଟାମରା ଘଟଣାରେ ଦିଲ୍ଲୀ ପୁଲିସ ତଦନ୍ତ ଜାରି ରଖିଛି। ଏହି ମାମଲାରେ ଦିଲ୍ଲୀ ପୁଲିସର ଟିମ୍ ଆଜି ମୁଖ୍ୟମନ୍ତ୍ରୀ ଓ ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ଓ ତାଙ୍କର ବାପା-ମା’ଙ୍କୁ ପଚରାଉଚରା କରିବାର ଥିଲା । ଏଥି ପାଇଁ ଆପ୍ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ପହଞ୍ଚିଥିଲେ ।

ସୂଚନାଯୋଗ୍ୟ, ସ୍ୱାତି ମାଲୀୱାଲ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କ ଉପରେ ମାଡ଼ମାରିଥିବା ଅଭିଯୋଗ ଆଣିଛନ୍ତି । ପୁଲିସକୁ ଆଶା ଯେ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ଓ ତାଙ୍କର ବାପା-ମା’ଙ୍କୁ ପଚରାଉଚରା କରିବାର ଥିଲା । କିନ୍ତୁ ରିପୋର୍ଟ ଅନୁସାରେ ପୁଲିସ ସେମାନଙ୍କୁ ପଚରାଉଚରା କରିବ ନାହିଁ । ଅନ୍ୟପଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମାଜିକ ଗଣମାଧ୍ୟମରେ ବାପା-ମା’ଙ୍କ ସହିତ ନିଜର ଫଟୋ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ବାପା-ମା’ଙ୍କ ସହିତ ଦିଲ୍ଲୀ ପୁଲିସର ଅପେକ୍ଷାରେ ଅଛି । କିନ୍ତୁ ସେ କହି ନାହାନ୍ତି ଯେ, ପୁଲିସ ଆସିବେ କି ନାହିଁ । ମୁଁ ବାପା-ମା’ ଓ ପତ୍ନୀଙ୍କ ସହିତ ପୁଲିସକୁ ଅପେକ୍ଷା କରିଛି । କାଲି ପୁଲିସ ଫୋନ୍ କରିଥିଲା ଏବଂ ପଚରାଉଚରା ପାଇଁ ସମୟ ମାଗିଥିଲା ।

Related Articles

Back to top button