ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶା ବିଧାୟକ

ନୂଆଦିଲ୍ଲୀ: ଓଡ଼ିଶାର ୨୪ ଜଣ ବିଧାୟକ ବୁଧବାର ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସବୁ ଦଳର ବିଧାୟକ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ରାଷ୍ଟ୍ରପତିଙ୍କୁ ପ୍ରଭୁ ଜଗନ୍ନାଥଙ୍କ ଫଟୋ, ମହାପ୍ରସାଦ ଏବଂ ଅନ୍ୟାନ୍ୟ ସ୍ମରଣିକା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୪ଜଣ ବିଧାୟକ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ବିଜେଡିର ୧୫ଜଣ, ଭାଜପାର ୬ଜଣ ଏବଂ କଂଗ୍ରେସର ୩ଜଣ ବିଧାୟକ ରହିଛନ୍ତି।

Related Articles

Back to top button