ହୋଲଡିଂ ଟ୍ୟାକ୍ସ କମାଇଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବିଏମସିର ଦୁଇ ଓ୍ୱାର୍ଡ ଅଫିସର ଗିରଫ

ଭୁବନେଶ୍ୱର: ବିଏମସିର ଟ୍ୟାକ୍ସ ଆଦାୟକାରୀ ଅଫିସର ତଥା ଓ୍ୱାର୍ଡ ଅଫିସର ହେମନ୍ତ ସାହୁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

ଖଣ୍ଡଗିରି ସ୍ଥିତ ଓ୍ୱାର୍ଡ ନଂ-୨୩ର ଓ୍ୱାର୍ଡ ଅଫିସର ତଥା ଟ୍ୟାକ୍ସ କଲେକ୍ଟର ହେମନ୍ତ ସାହୁ ଏବଂ ପୂର୍ବତନ ଟ୍ୟାକ୍ସ କଲେକ୍ଟର ଯୋଗେନ୍ଦ୍ର ପ୍ରଧାନ ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ବଳକା ହୋଲଡିଂ ଟ୍ୟାକ୍ସ କମାଇଦେବେ ବୋଲି ଉଭୟ ଯୋଗେନ୍ଦ୍ର ଏବଂ ହେମନ୍ତ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବ ଅଭିଯୋଗ ଅନୁଯାୟୀ ଠିକ୍ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଉଭୟଙ୍କୁ ଧରି ପକାଇଥିଲେ ।

ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନଂ-୨୬/୨୦୨୨ରେ ଏକ ମାମଲା ରୁଜୁ କରାଯାଇଛି । ଉଭୟଙ୍କ ନିକଟରୁ ଲାଞ୍ଚ ଟଙ୍କା ୧୫ ହଜାର ଜବତ କରି ଅଧିକ ତଦନ୍ତ ଜାରି ରହିଛି ।

Related Articles

Back to top button