ରେଙ୍ଗାଳି ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି

କଣିହାଁ: ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁ କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୪ ମିଟର। ଖବରଲେଖା ସୁଦ୍ଧା ପାଣି ୧୨୦ ମିଟର ପାର୍‌ କରିଛି। ୧୨୧ ମିଟରରୁ ଜଳସ୍ତର ଅଧିକ ହେଲେ ଗେଟ ଖୋଲାଯିବ। ତେଣୁ ରବିବାର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ମାଇକ ଯୋଗେ ସତର୍କ କରାଯାଇଛି। କୌଣସି ମୁହୂର୍ତ୍ତରେ ଗେଟ ଖୋଲା ଯାଇପାରେ ବୋଲି ରେଙ୍ଗାଳି ଥାନା ଆଇଆଇସି ଅନାମ ଲାକ୍ରା, ଗେଟ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Related Articles

Back to top button