ଆର୍‌ଟିଆଇ ପରିସରକୁ ଆସିବ ରାଜ୍ୟ ଭିଜିଲାନ୍ସ ବିଭାଗ

ଗୋପନୀୟ ଓ ସଂବେଦନଶୀଳ ପ୍ରସଙ୍ଗ ଛାଡ଼ି ଅନ୍ୟ ସବୁ ଆର୍‌ଟିଆଇ ପରିସରକୁ ଆସିବ

ଆରଟିଆଇ ପରିସରକୁ ଆସିବ ଭିଜିଲାନ୍ସ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ । ଦୁର୍ନୀତି ଓ ମାନବାଧିକାର ଉଲ୍ଲଂଘନ ସୂଚନା ଗୋପନୀୟ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ । ସରକାରୀ ଭାବେ ସୂଚନା ଦେବା ଏକ ସାଧାରଣ କଥା । କିନ୍ତୁ ନଦେବା ଏକ ବ୍ୟତିକ୍ରମ ବୋଲି ଆଜି ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିକୁ ନେଇ ରୁଜୁ ଏକ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ ।

ଆର୍‌ଟିଆଇ ପରିସରକୁ ଆସିବ ଭିଜିଲାନ୍ସ । ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଏକାଧିକ ବ୍ୟକ୍ତିଙ୍କ ପକ୍ଷରୁ ଦାୟର ମାମଲାର ବିଚାର କରି ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କିତ ସଂଶୋଧିତ ବିଜ୍ଞପ୍ତି ୪ ସପ୍ତାହ ମଧ୍ୟରେ ପ୍ରକାଶ ପାଇବ । ଗୋପନୀୟ ଓ ସଂବେଦନଶୀଳ ପ୍ରସଙ୍ଗ ଛାଡ଼ି ଅନ୍ୟ ସବୁ ଆର୍‌ଟିଆଇକୁ ଆସିବ ।

ବିଭାଗର ଅନ୍ୟ ସମସ୍ତ ଅଂଶ ପବ୍ଲିକ ଡୋମେନରେ ଦେବାକୁ କୁହାଯାଇଛି । ଭିଜିଲାନ୍ସ ଆର୍‌ଟିଆଇରୁ ବାଦ୍ ନେଇ ୨୦୧୬ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାକୁ ଚାଲେଂଜ କରି ଏକାଧିକ ବ୍ୟକ୍ତି ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ ।

Related Articles

Back to top button