ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଦଳ ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଲା

ଦୁଇ ମାସ ତଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ। ହେଲେ ଏବେ ସାଂସଦ ନିର୍ବାଚନରେ ତାଙ୍କ ଦଳ ସଂଖ୍ୟା ଗରିଷ୍ଠତା ହରାଇଛନ୍ତି। ନିର୍ବାଚନରେ ମାକ୍ରୋନଙ୍କ ଦଳ ଏନସମ୍ବେଲ ସର୍ବାଧିକ ୨୪୫ ଆସନ ଜିତିଥିବା ବେଳେ ସରକାର ଗଢ଼ିବାକୁ ହେଲେ ୨୮୯ ଆସନର ଆବଶ୍ୟକତା ପଡ଼ୁଛି। କାରଣ ସଂସଦରେ ୫୭୭ ଆସନ ମଧ୍ୟରୁ ବହୁମତ ପାଇଁ ୨୮୯ ଆସନ ଆବଶ୍ୟକ ପଡ଼ୁଛି।

ଗତ  ୨୦ ବର୍ଷ ଭିତରେ ପ୍ରାନ୍ସରେ ଏଭଳି ଘଟଣା ଘଟିଛି ଯେ ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଦଳ ସଂସଦ ନିର୍ବାଚନରେ ହାରିଯାଇଛି। ମାକ୍ରୋନଙ୍କୁ ନିର୍ବିଘ୍ନ  ଭାବେ ସରକାର ଗଠନ କରିବାକୁ ହେଲେ ସଂସଦରେ ବହୁମତ ସାବ୍ୟସ୍ତ କରିବାକୁ ପଡ଼ିବ। ଏଥିପାଇଁ ହୁଏ ତାଙ୍କୁ ଅନ୍ୟ ଦଳ ସହ ମେଣ୍ଟ କରିବାକୁ ପଡ଼ିପାରେ।

ସସଂଦୀୟ ନିର୍ବାଚନରେ ମାକ୍ରୋନଙ୍କ  ଏନସମ୍ବେଲ ଦଳ ପରେ  ଦ୍ୱିତୀୟ ସର୍ବାଧିକ ଆସନ ଜିତିଛି ବାମପନ୍ଥୀ ମେଣ୍ଟ ଦଳ ନୁପ୍ସ(NUPS)। ଏହି ମେଣ୍ଟ ଦଳ ୫୭୭ ଆସନ ଭିତରୁ ୧୩୧ ଆସନ ଜିତିଛି। ନିର୍ବାଚନ ଫଳାଫଳ ଗଣତନ୍ତ୍ରକୁ ଏକ ଶକ୍ତ ଧକ୍କା ବୋଲି ଫ୍ରାନ୍ସ ଆର୍ଥମନ୍ତ୍ରୀ ବ୍ରୁନୋ ଲି ମାଏରେ କହିଛନ୍ତି। ଯଦି ଅନ୍ୟ ଦଳଗୁଡ଼ିକ ସହଯୋଗ କରିବେ ନାହିଁ ତେବେ ଫ୍ରାନ୍ସର ବିକାଶରେ ଏବଂ ସୁରକ୍ଷାରେ ଆମର ହାତ ବାନ୍ଧିଦେବ ବୋଲି ବ୍ରୁନୋ କହିଛନ୍ତି।

Related Articles

Back to top button