
ଜଙ୍ଗଲ ନିଆଁ ରୋକିବାକୁ ଓଡ୍ରାଫ ମୁତୟନ। ୭ଟି ଡିଭିଜନରେ ମୁତୟନ ହେଲେ ଓଡ୍ରାଫ ଟିମ। ଫୁଲବାଣୀ, ବଣାଇ, କଳାହାଣ୍ଡି, ସୁନ୍ଦରଗଡ, ଶିମିଳିପାଳରେ ଓଡ୍ରାଫ ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବେ। ଆଜି ତାତି କମିଥିବାରୁ ଜଙ୍ଗଲ ନିଆଁ ପରିମାଣ ବି କମିଛି। ଗତ ବର୍ଷ ୩୨ ହଜାର ପଏଣ୍ଟ ରେ ନିଆଁ ଲାଗିଥିବା ବେଳେ ଏଥର ୧୧ ହଜାର ପଏଣ୍ଟ ରେ ଲାଗିଛି ନିଆଁ। ମନୁଷ୍ୟକୃତ ନିଆଁ ରୋକିବାକୁ ବନ ବିଭାଗ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି। ବନ ସୁରକ୍ଷା ସମିତି, ଫରେଷ୍ଟ ଗାର୍ଡ ମାନଙ୍କୁ ସତର୍କ ରଖାଯାଇଛି। ସାଟେଲାଇଟ ଇମେଜରୁ ଜଙ୍ଗଲ ନିଆଁ ର ଖବର ଆସିଲେ ୧୫ ମିନିଟ ମଧ୍ୟରେ ନିଆଁ ଲିଭାଇବା ପାଇଁ ଉଦ୍ୟମ କରାଯାଉଛି।