ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ
ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆସନ୍ତାକାଲି ପ୍ରକାଶ ପାଇବ। ପୂର୍ବାହ୍ନ ୧୧.୩୦ରେ ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଆସନ୍ତାକାଲି ପୂର୍ବାହ୍ନ ୧୧.୩୦ରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଓଜେଇଇ ପରୀକ୍ଷାଫଳ ଘୋଷଣା କରିବେ ବୋଲି ଜଣାପଡ଼ିଛି। ଓଜେଇଇ ପରୀକ୍ଷାଫଳ ଘୋଷଣା ହେବା ପରେ ଛାତ୍ରଛାତ୍ରୀମାନେ ସେମାନଙ୍କର ରାଙ୍କ କାର୍ଡ ମଧ୍ୟ ଡାଉନଲୋଡ କରିପାରିବେ।
ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷଣ ପରିଷଦ (SCTE & VT)କାର୍ଯ୍ୟାଳୟର ଅଡିଟୋରିୟମରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଓଜେଇଇ ପରୀକ୍ଷାଫଳ ଘୋଷଣା କରିବେ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ www.ojee.nic.in.ରେ ସେମାନଙ୍କ ଓଜେଇଇ ପରୀକ୍ଷାଫଳ ଦେଖିପାରିବେ।
ସୂଚନାଯୋଗ୍ୟ, ୫୭,୯୧୮ ଜଣ ଛାତ୍ରଛାତ୍ରୀ ଏଥର ଓଜେଇଇ ଦେଇଥିଲେ, ଯାହା ଜୁଲାଇ ୪ ତାରିଖରୁ ଆରମ୍ଭ ହୋଇଥିଲା। ଏହି ପରୀକ୍ଷା ଜୁଲାଇ ୮ ତାରିଖ ପର୍ୟ୍ୟନ୍ତ ଚାଲିଥିଲା। ରାଜ୍ୟର ୩୦ଟି ଜିଲ୍ଲା ୬୧ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା। ଏହାବାଦ୍ କୋଲକାତା, ରାଞ୍ଚି ଓ ପାଟଣାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଥିଲା।