କୁମାରପୂର୍ଣ୍ଣମୀରେ ରାହୁ ଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ , ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି କାନ୍ତି

ଆସନ୍ତାକାଲି ପବିତ୍ର କୁମାରପୂର୍ଣ୍ଣମୀ । ଏହାସହ କୁମାରପୂର୍ଣ୍ଣମୀରେ ଲାଗିବ ରାହୁ ଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ସେଥିପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି କାନ୍ତି କରାଯିବ । ପୁରୀକୁ ରାତ୍ର ୧ଟା ୪ମିନିଟ୍ ୪୫ ସେକେଣ୍ଡ ରେ ଗ୍ରହଣ ସ୍ପର୍ଶ କରିବ । ଏବଂ ଆଜି ରାତି ୨ ଟାରେ ଶ୍ରୀମନ୍ଦିରର ଦ୍ଵାର ଫିଟା ଯିବ । ଏହାପରେ ମଙ୍ଗଳ ଆଳତୀ କରାଯିବ । ମଇଲମ, ତଡ଼ପ ଲାଗି , ଅବକାଶ ନୀତି ପରେ ଭୋର ୪.୩୦ ରୁ ୫.୩୦ ମଧ୍ୟରେ ରାଧା ଦାମୋଦର ବେଶ କରାଯିବ । ଏହାପରେ ଅନ୍ୟାନ୍ୟ ନୀତି କରାଯିବ ।

ଆସନ୍ତାକାଲି ସକାଳ ୬.୩୦ ରୁ ୭.୩୦ ମଧ୍ୟରେ ସକାଳ ଧୂପ , ସକାଳ ୮ ଟା ରୁ ୮.୩୦ ମଧ୍ୟରେ ବାଳଧୂପ ସରିବ। ଅପରାହ୍ନ ୨ ଟା ରେ ଗ୍ରହଣ ମହାସ୍ନାନ ଶେଷ ହେବ । ଅନ୍ୟପକ୍ଷରେ କୁମାରପୂର୍ଣ୍ଣିମାରେ ହେବାକୁ ଥିବା ନୀତିକାନ୍ତିକୁ ନେଇ ଅନେକ ଦ୍ଵନ୍ଦ ସୃଷ୍ଟି ହୋଇଛି । ଗୋଟିଏ ଦିନରେ ଚନ୍ଦ୍ର ଗ୍ରହଣ ଓ କୁମାର ପୂର୍ଣ୍ଣିମା ପଡୁଥିବାରୁ ସନ୍ଧ୍ୟା ପୂର୍ବରୁ କୁମାର ପୂର୍ଣ୍ଣିମା ପୂଜା ସାରିବାକୁ ଜ୍ୟୋତିଷ ମତ ଦେଇଛନ୍ତି । ଚନ୍ଦ୍ର ଗ୍ରହଣ ଲାଗିବ ରାତି ୧ଟା ୪୪ ମିନିଟ ୫ ସେକେଣ୍ଡରେ । କିନ୍ତୁ ୪ଟା ୫ ମିନିଟ୍ ପୂର୍ବରୁ କୁମାରୀମାନେ ସମସ୍ତ ପୂଜା କାମ ସାରିବେ। ୪ଟାବେଳେ ଚନ୍ଦ୍ର ଦର୍ଶନ କରିବେ। ତାପରେ ଚନ୍ଦ୍ର ଦର୍ଶନ ନିଷେଧ ।

Related Articles

Back to top button