ମେ’ ୧୫ ରେ ବଲାଙ୍ଗିରରେ ବାଇକ ରାଲି ସହ ପ୍ରଚାର କରି ଭୋଟ ମାଗିବେ ରାହୁଲ ଗାନ୍ଧି

ଆସନ୍ତା ମେ’ ୧୫ ତାରିଖରେ ଓଡିଶାରେ କେନ୍ଦ୍ରୀୟ ନେତାଙ୍କ ପଡିବ ଡେରା । ବିଜେପିରୁ ହେବିୱେଟ ନେତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସୁଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ରାହୁଲ ଗାନ୍ଧି ଭୋଟ ପ୍ରଚାର କରିବାକୁ ଆସୁଛନ୍ତି । ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କରି ଭୋଟ ମାଗିବେ । ରାହୁଲଙ୍କ ଏହି ଗସ୍ତ ନେଇ ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି ।

କାର୍ଯ୍ୟକ୍ରମ ଅନୁସାରେ, ମେ ୩ରେ ରାହୁଲ ଗାନ୍ଧି ରାୟଗଡା ଆସିବାର ଯୋଜନା ରହିଥିଲା । କିନ୍ତୁ ରାୟବରେଲୀରୁ ପ୍ରାର୍ଥପତ୍ର ଦାଖଲ ପାଇଁ ଏହି ଗସ୍ତକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା । ଏହା ପୂର୍ବରୁ ଏପ୍ରିଲ ୨୭ ତାରିଖରେ ସାଲେପୁର ଆସି ରାହୁଲ କଂଗ୍ରେସ ପ୍ରାର୍ତୀଙ୍କ ପାଇଁ ପ୍ରଚାର କରିଥିଲେ । ସେ ତାଙ୍କ ଭାଷଣ ଆରମ୍ଭରୁ ହିଁ ରାଜ୍ୟ ସରକାଙ୍କ ଉପରେ ଗର୍ଜନ କରିଥିଲେ । ସିଧାସଳଖ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଏଠାରେ ନବୀନ ନୁହେଁ ବରଂ ରାଜ୍ୟ ବାହାରର କିଛିି ଲୋକମାନଙ୍କୁ ନେଇ ସରକାର ଚାଲିଛି । କିଛି ଲୋକମାନେ ଏହାର ସୁଯୋଗ ନେଇ ଫାଇଦା ଉଠାଇବାରେ ଲାଗିଛନ୍ତି । କେବଳ ଏତିକି ନୁହେଁ ସେ ତାଙ୍କ ଭାଷଣ ମାଧ୍ୟମରେ ମୋଦି ଏବଂ ନବୀନଙ୍କୁ ଏକାସାଙ୍ଗରେ ଟାର୍ଗେଟ କରିଥିଲେ । ଏହାସହିତ ରାହୁଲ ଖଣି ଦୁର୍ନୀତି, ଜମି ଦୁର୍ନୀତି ଓ ଚାରା ରୋପଣ ନାଁରେ କୋଟି କୋଟି ଟଙ୍କାର ଲୁଟ ହୋଇଛି ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।

ଆଗାମୀ ୧୫ ତାରିଖରେ ଜନସାଧାରଣଙ୍କ ପାଖରେ ସେ କଣ ଅଭିଭାଷଣ ରଖିବେ ତାହାକୁ କଂଗ୍ରେସ ନେତା ଏବଂ କର୍ମୀ ଅପେକ୍ଷା କରିଛନ୍ତି । ସେପଟେ ଓଡିଶାକୁ ପୁଣି ଘନଘନ ଆସୁଛନ୍ତି କେନ୍ଦ୍ରୀୟ ନେତା । ଆସନ୍ତା ୨୦ରେ ପୁଣି ମୋଦି ଆସି ପୁରୀରେ ରୋଡ ସୋ’ କରିବେ । ଏଥି ସହିତ କଟକ ଏବଂ ଅନୁଗୁଳରେ ବିଶାଳ ଜନ ସମାରୋହରେ ଯୋଗ ଦେଇ ସମ୍ବୋଧନ କରିବେ । ସେହିପରି ୧୫ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହା ପୁଣି ଓଡିଶା ଗସ୍ତରେ ଆସୁଛନ୍ତି । ଆସ୍କା, କଣ୍ଟାବାଞ୍ଜି ଓ ରାଉରକେଲାରେ କରିବେ ଜନ ସମାବେଶ କରି ଭୋଟ ହାତେଇବା ଲକ୍ଷ୍ୟରେ ଶାହା ଓଡ଼ିଶାକୁ ଆସୁଛନ୍ତି ବୋଲି କୁହାଯାଉଛି ।

Related Articles

Back to top button