ଦୀର୍ଘ ବର୍ଷପରେ ଗୋପାଳପୁରରେ ପର୍ଯ୍ୟଟକଙ୍କ ପାଇଁ ବତୀଘର ଖୋଲା ହୋଇଛି

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଗୋପାଳପୁର ବତୀଘର । ଦୀର୍ଘ ବର୍ଷପରେ ଗୋପାଳପୁରରେ ପର୍ଯ୍ୟଟକଙ୍କ ପାଇଁ ବତୀଘର ଖୋଲା ହୋଇଛି । ଏହାର ଭରପୁର ମଜା ନେଉଛନ୍ତି ପର୍ଯ୍ୟଟକମାନେ । ଭାରତ ସରକାରଙ୍କ ବନ୍ଦର ନୌ ପରିବହନ ଏବଂ ଜଳମାର୍ଗ ମନ୍ତ୍ରାଳୟ ବତୀଘର ଏବଂ ବତୀ ଜାହାଜ ନିର୍ଦେଶାଳୟ କଲିକତା କାର୍ଯ୍ୟାଳୟ ନିର୍ଦ୍ଦେଶ ଅନୁଯାୟୀ ଗୋପାଳପୁରରେ ବତୀଘର ଖୋଲା ହୋଇଛି । ପର୍ଯ୍ୟଟକମାନେ ସନ୍ଧ୍ୟା ୪ ଘଣ୍ଟା ଠାରୁ ୫ଟା ପର୍ଯ୍ୟନ୍ତ ପର୍ଯ୍ୟଟକ ମାନେ ବତୀଘର ଉପରକୁ ଯାଇପାରିବେ। ଗୋପାଳପୁର ବତୀଘର ଖୋଲିବା ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା ।ପର୍ଯ୍ୟଟକମାନେ ଟିକଟ କାଟି ବତୀଘର ଉପରକୁ ଯାଇ ସୌନ୍ଦର୍ଯ୍ୟର ଉପଭୋଗ କରୁଛନ୍ତି । ଏଥିସହ କିଏ ସେଲ୍ଫି ନଉଛନ୍ତି ତ ଆଉ କିଏ ଖୁସିରେ ଭିଡିଓ କରୁଛନ୍ତି । ଏଥିସହ ସେଠାରେ ଥିବା ପାର୍କ, ଫାଉଟେନ, ସେଲ୍ଫି ପଏଣ୍ଟର ମଧ୍ୟ ମଜା ନେଉଛନ୍ତି ।

Related Articles

Back to top button