ସୋମବାର ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ରାଜ୍ୟରେ ସୋମବାର ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଆସନ୍ତା କାଲି ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ତେବେ ପ୍ରଥମ ପର୍ଯ୍ୟାୟରେ ୯ ଟି ଜିଲ୍ଲାରେ ଭୋଟ ଗ୍ରହଣ କରାଯିବ । ୭୨୯୮ ସର୍ବୋମୋଟ ଆମର ପୁଲିଂ ବୁଥ ଅଛି। ୬୨୮୨ ଲୋକେସନରେ ଅଛି। ୭୩୯୮ ବୁଥରେ ମାଓ ଇଲାକାରେ ୫୩୭ ଟି ବୁଥ ଅଛି। ଏହା ସହିତ ଏହି ପର୍ଯାୟରେ ନିର୍ବାଚନ ପାଇଁ ଆମେ ସମୁଦାୟ ୧୭୦୦୦ ପୋଲିସ ଫୋର୍ସ ବିଭିନ୍ନ ରାଙ୍କର ଏହି ଇଲେକ୍ସନରେ ନିୟୋଜିତ ହେବେ। ଅର୍ଧ ସାମରିକ ବାହିନୀ ଏବଂ ଓଡିଶାର ଆର୍ମ ପୋଲିସ ଫୋର୍ସ ୬୬ ପ୍ଲାଟୁନ ନିୟୋଜିତ ହେବେ।

ଏଡିସନାଲ ଏସ୍ପି ୨୯ ଜଣ, ଡିଏସପି ୫୭ ଜଣ, ଇନ୍ସପେକ୍ଟର ୧୫୪ ଜଣ, ଏସାଇ ଏବଂ ଏଏସାଇ ରାଙ୍କର ୧୪୫୭ ଜଣ, କନଷ୍ଟେବଲ ରାଙ୍କର ୬୬୩୯ ଜଣ, ହୋମଗାର୍ଡ ଓ ଗ୍ରାମରକ୍ଷୀ ୫୫୮୧ ଜଣ ନିୟୋଜିତ ହେବେ। ଆମର 9ଟି ଜିଲ୍ଲାରେ ୬୦୦ ମୋବାଇଲ ପାଟର୍ରଲିଂ ପାର୍ଟି କାର୍ଯ କରିବ। ପ୍ରତ୍ୟେକ ମୋବାଇଲ ପାର୍ଟିରେ ଜଣେ ଅଫିସର ରହିବେ। ୨ ଜଣ ଆର୍ମ ଅଫିସର ରହିବେ। ୧୦ ରୁ ୧୨ ଟି ବୁଥକୁ ପ୍ରତ୍ୟୋକ ମୋବାଇଲ ପାର୍ଟି ଯିବ। ସବୁ ମୋବାଇଲ ପାର୍ଟିରେ ଜିପିଏସ ଅଛି। ୯ ଟି ଜିଲ୍ଲାରେ ୫୧ ଟି ଚେକ ପୋଷ୍ଟ ଅଛି। ଏହି ଜିଲ୍ଲା ଗୁଡିକ ଆନ୍ଧ୍ରପ୍ରଦେଶ ଓ ଛତିଶଗଡକୁ ଲାଗି ରହିଛି। ସୀମାକୁ ସିଲ କରାଯାଇଛି।

ପ୍ରତ୍ୟକ ଚେକ ପୋଷ୍ଟରେ ସିସି ଟିଭି ଲାଗିଛି। ସମସ୍ତ ଯାନବାହାରକୁ ଚେକ କରାଯାଉଛି। ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ଫ୍ଲାଇଙ୍ଗ ସ୍କ୍ବାର୍ଡ ଗଠନ ହୋଇଛି। ଏହି ଅଞ୍ଚଳରେ 9ଟି ଜିଲ୍ଲାରେ ୧୫ଟି ଷ୍ଟ୍ରଙ୍ଗ ରୁମ ଅଛି। ୬ଟି ମାଓ ଅଞ୍ଚଳରେ କିଭଳି ଶାନ୍ତି ସୃଙ୍ଖଳାର ସହ ହେବ ସେଥିପ୍ରତି ଆମେ ଧ୍ୟାନ ରଖିଛୁ। ଏହା ସହ ୫୧ଟି ଇଣ୍ଟର ଷ୍ଟେଟ ବୋର୍ଡର ସୀମା ସିଲ କରାଯାଇଛି ।ସିସିଟିଭି ଜରିଆରେ ପୁରା ନଜର ରଖାଯାଇଛି। ସୀମାବର୍ତ୍ତୀ ଜିଲ୍ଲାରେ ୫୦ଟି ଚେକ୍ ପୋଷ୍ଟ କରାଯାଇଛି । ୨୧୦ଟି ଫ୍ଲାଇଂ ସ୍କ୍ୱାର୍ଡ ଟିମ ଅଛନ୍ତି ।

ଏଥିରେ ୧୯୫ଟି ଷ୍ଟାଟିଂ ସର୍ଭିଲାନ୍ସ ଟିମ୍ ମଧ୍ୟ ଅଛନ୍ତି । ୧୫ଟି EVM ଷ୍ଟ୍ରଙ୍ଗ ରୁମ ଅଛି । ଏହି ଷ୍ଟ୍ରଙ୍ଗ ରୁମ ସୁରକ୍ଷାରେ ୧ ପ୍ଲାଟୁନ ଅର୍ଦ୍ଧସାମରିକ ଵାହୀନି ନିୟୋଜିତ ହେବେ । ବାହ୍ୟ ସୁରକ୍ଷା ପାଇଁ ଗୋଟିଏ ପ୍ଲାଟୁନ ଓଡିଶା ପୋଲିସ ଫୋର୍ସ ନିୟୋଜିତ ହେବେ ।

Related Articles

Back to top button