
ପିକ୍-ଅପ୍ ଓଲଟିଯିବାରୁ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୧୩ ଜଣ ଆହତ
ଖଲ୍ଲିକୋଟ: ବେଗୁନିଆପଡା ଥାନା ବଇଡା ରାସ୍ତାରେ ଘଟିଯାଇଛି ଏକ ବଡ ଦୁର୍ଘଟଣା । ରାସ୍ତାରେ ଯିବାବେଳେ ଏକ ପିକ୍-ଅପ୍ ଓଲଟିଯିବାରୁ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ୧୩ ଜଣ ଯାତ୍ରୀ ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଛନ୍ତି । ତେବେ ଏମାନଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ତେବେ ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ସହ ମୃତକ ଖୋର୍ଦ୍ଧା ବାଣପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।