ବିରୋଧୀଙ୍କୁ ଖୋଲା ଆହ୍ୱାନ: ନବୀନ ଶପଥ ନନେଲେ ପାଣ୍ଡିଆନ ଛାଡ଼ିବେ ରାଜନୀତି

ନବୀନ ଶପଥ ନ ନେଲେ ରାଜନୀତି ଛାଡ଼ିଦେବି । ଏପରି କହିଛନ୍ତି ଭି କେ ପାଣ୍ଡିଆନ। ସେ ଦମ୍ବ ଦେଖାି କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନିଅନ୍ତି ତେବେ ମୁଁ ରାଜନୀତିରୁ ସନ୍ୟାସ୍ ନେଇଯିବି । ଝାରସୁଗୁଡା ପରେ ବ୍ରଜରାଜନଗରରେ ଯାଇ ଭିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଛନ୍ତି ଭୋଟ ପାଣ୍ଡିଆନ। ପ୍ରଥମେ ଲୋକଙ୍କୁ ଜୁହାର କରିବା ସହ ବିଜେଡି ଇସ୍ତାହାର ସଂପର୍କରେ ବଖାଣିଥିଲେ ପାଣ୍ଡିଆନ୍ । ସେ କହିଥିଲେ ଏଠାକାର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଘୋଷଣା କରିଛନ୍ତି ।ତେବେ ଏହି ଅବସରରେ ପାଣ୍ଡିଆନ ବିରୋଧୀଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଥିଲେ କହିଥିଲେ ମୁଁ ବ୍ରଜରାଜନଗର ମାଟିରୁ ଆହ୍ୱାନ ଦେଉଛି, ଯଦି ଦମ୍ ଅଛି ଜିତିକରି ଦେଖାଅ ।

ସେ ଆହୁରି କହିଛନ୍ତି ଯେ, ଜୁନ୍ ୯ରେ ଇତିହାସର ହେବ ପୁନରାବୃତ୍ତି । ଦିନ ସାଢେ ୧୧ ରୁ ଗୋଟାଏ ଭିତରେ ଶପଥ ନେବେ ନବୀନ ପଟ୍ଟନାୟକ । କାରଣ ନବୀନ ବାବୁଙ୍କ ଉପରେ ମହାପ୍ରଭୁଙ୍କ ଆଶୀର୍ବାଦ ଅଛି, ସାଢେ ୪ କୋଟି ଓଡିଆଙ୍କ ଆଶୀର୍ବାଦ ଅଛି । ନିଶ୍ଟିତ ଭାବେ ଜିତାପଟ ହେବ ।

Related Articles

Back to top button