ଆଗାମୀ ୫ ଦିନ ଯାଏଁ ପାଗରେ ପରିବର୍ତ୍ତନ ହେବ ନାହିଁ

ଆଗାମୀ ୫ ଦିନ ଯାଏଁ ପାଗରେ ପରିବର୍ତ୍ତନ ହେବ ନାହିଁ। ୫ ଦିନ ଯାଏଁ କାଁଭାଁ ସ୍ଥାନରେ ବିକ୍ଷିପ୍ତ ବର୍ଷା ନେଇ ପାଣିପାଗ ବିଭାଗ ଶୁକ୍ରବାର ପୂର୍ବାନୁମାନ କରିଛି। ୫ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି।କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦ୍ରାପଡା, ଭଦ୍ରକରେ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି। ଏହାସହ ଉତ୍ତର-ଦକ୍ଷିଣ ଉପକୂଳ ଅଞ୍ଚଳରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଟ୍ୱିନ୍ ସିଟିରେ ଶୁକ୍ରବାର ରାତିରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Related Articles

Back to top button