ଅକ୍ଟୋବର ୧୬ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ସିଭିଲ ସର୍ଭିସ-୨୦୨୧ ପ୍ରିଲିମ ପରୀକ୍ଷା ଆସନ୍ତା ଅକ୍ଟୋବର ୧୬ ତାରିଖରେ ହେବ। ଏନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ୫ଟି ଜୋନରେ ପରୀକ୍ଷା ହେବ । ୧୬ ତାରିଖରେ ୨ଟି ସିଟିଂରେ ପରୀକ୍ଷା ହେବ । ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ ପେପର-୧ ଏବଂ ଦିନ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ ପେପର -୨ ପରୀକ୍ଷା ହେବ । ଏଥିସହିତ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ୪୦ ମିନିଟ୍ ଅତିରିକ୍ତ ସମୟ ମିଳିବ ବୋଲି ଜଣାପଡ଼ିଛି ।

Related Articles

Back to top button