ଆସନ୍ତା ବର୍ଷ ଭାରତରେ ଆୟୋଜନ ହେବ ଗ୍ରାଁ ପ୍ରି

ନୂଆଦିଲ୍ଲୀ: ରେସ୍‌ ପସନ୍ଦ କରୁଥିବା ପ୍ରଶଂସକଙ୍କ ପାଇଁ ଖୁସିର ଖବର। ଆସନ୍ତା ବର୍ଷ ଭାରତରେ ମୋଟୋ ଗ୍ରାଁ ପ୍ରିର ରୋମାଞ୍ଚ ଦେଖିବାକୁ ମିଳିବ। କାରଣ ୨୦୨୩ରେ ଗ୍ରେଟର ନୋଏଡାର ବୁଦ୍ଧ ଇଣ୍ଟରନ୍ୟାସନାଲ ସର୍କିଟ୍(ବିଆଇସି) ପ୍ରଥମ ମୋଟୋ ଗ୍ରାଁ ପ୍ରି ବିଶ୍ଵ ଚାମ୍ପିଅନସିପ ରେସ୍‌ର ଆୟୋଜନ କରିବାକୁ ଯାଉଛି। ଆୟୋଜକ ବୁଧବାର ଏହାର ସୂଚନା ଦେଇ କହିଛନ୍ତି, ଏହି ଚାମ୍ପିଅନସିପକୁ ଗ୍ରାଁ ପ୍ରି ଅଫ ଭାରତ(Grand Prix Bharat) ନାମ ଦିଆଯାଇଛି।

ଏଫଆଇଏମ ବିଶ୍ଵ ଚାମ୍ପିଅନ ଗ୍ରାଁ ପ୍ରି(ମୋଟୋ ଜିପି)ର ଆୟୋଜନ  କରୁଥିବା ସ୍ପେନର ଡୋରନା ସ୍ପୋର୍ଟ୍ସ ଭାରତୀୟ କମ୍ପାନୀ ଫେୟାରଷ୍ଟ୍ରିଟ୍‌ ସ୍ପୋର୍ଟ୍ସ ସହିତ ମିଶି ବୁଧବାର ଦେଶରେ ପ୍ରଥମ  ମୋଟୋ ଗ୍ରାଁ ପ୍ରିର ଆୟୋଜନର ଘୋଷଣା କରିଛନ୍ତି। ଗ୍ରାଁ ପ୍ରି ଅଫ ଭାରତରେ ୧୯ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ଆୟୋଜକ ଘୋଷଣା କରିଛନ୍ତି।

ଦୁଇ କମ୍ପାନୀ ମଧ୍ୟରେ ସାତ ବର୍ଷ ପାଇଁ ଚୁକ୍ତିନାମା ହୋଇଛି। ଏହା ଜରିଆରେ ଡୋରନାର ଉଦ୍ଦେଶ୍ୟ ଅନ୍ୟ  ରାଜ୍ୟ ସରକାରଙ୍କ ସହିତ ମିଶି ଦେଶରେ ମୋଟରସାଇକେଲ୍‌ର ବାତାବରଣକୁ ପ୍ରୋତ୍ସାହିତ କରିବା। ଅନ୍ତର୍ଜାତୀୟସ୍ତରରେ ଭାରତୀୟ ମୋଟର ଜିପି ରାଇଡରକୁ ପ୍ରୋତ୍ସାହନ ଦେବା।

Related Articles

Back to top button