ORHDC ଦୁର୍ନୀତି ମାମଲା: କଂଗ୍ରେସ୍‌ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ସହ ଅନ୍ୟ ୩ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ

ହାଇକୋର୍ଟରେ ଅପିଲ୍‌ କରିବେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌

କଟକ: ORHDC ଦୁର୍ନୀତି ମାମଲାରେ ଦଣ୍ଡାଦେଶ ଶୁଣାଇଲେ ଭିଜିଲାନ୍ସ କୋର୍ଟ । କଟକ ସଦର ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି କେର୍ଟ । ମୋକିମ୍ମଙ୍କ ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ପୂର୍ବତନ ଆଇଏଏସ୍‌ ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍‌ ଦଣ୍ଡ ମିଳିଥିବା ବେଳେ ମେଟ୍ରୋ ବିଲ୍ଡରର ନିର୍ଦ୍ଦେଶକ ପିୟୂଷ ମହାନ୍ତି ଏବଂ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନ ମହାପାତ୍ରଙ୍କୁ ୩ ବର୍ଷ ଲେଖାଏଁ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହିତ ପ୍ରତ୍ୟେକଙ୍କୁ ୫୦ ହଜାର ଲେଖାଏଁ ଜରିମାନା କରିଛନ୍ତି କୋର୍ଟ । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍‌ରେ ରହିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ORHDC ଦୁର୍ନୀତି ମାମଲାରେ ଶୁଣାଣି ପରେ ପ୍ରତିକ୍ରିୟା ରଖିଛନ୍ତି କଟକ-ବାରବାଟୀ ବିଧାୟକ । ରାଜନୀତି ଓ ବ୍ୟବସାୟ କଲେ  ଏମିତି ଘଟଣା ଘଟେ ବେଲି ସେ କହିଛନ୍ତି । ତେଣୁ ନୂଆ କଥା କୁଛି ନୁହେଁ । ମେଟ୍ରୋ ବିଲ୍ଡର୍ସ ପକ୍ଷରୁ ଓଡିଶା ରୁରାଲ ହଉସିଂ ଏବଂ ବିକାଶ ବୋର୍ଡରୁ ଦେଢ଼ କୋଟି ୧୯୯୯ ମସିହାରେ ଋଣ ନେଇଥିଲୁ । ୨୩ ବର୍ଷ ପରେ କେସ୍‌ ହେଲା । ମୁଁ ୧ କୋଟି ୨୬ ଲକ୍ଷ ସୁଝି ସାରିଛି । ଏବେ ମୁଁ ବେଲ୍‌ ନେଇଛି । କାଲି ହାଇକୋର୍ଟରେ ରାୟ ବିରୁଦ୍ଧରେ ମୁଁ ପୁଣି ଅପିଲ୍‌ କରିବି ବୋଲି ସେ କହିଛନ୍ତି ।

 

Related Articles

Back to top button