ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ଶେଷକୃତ୍ୟ

ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶ୍ରୀ କୁଅଁରଙ୍କ ନାତି ସ୍ୱସ୍ତିକ ମୁଖାଗ୍ନି ଦେଇଥିଲେ।

ଆଜି ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁରଙ୍କ ୮୮ବର୍ଷ ବୟସରେ ପରଲୋକ ହୋଇଥିଲା। ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କର ଦୁଇ ବୋହୁ, ନାତି ନାତୁଣୀ, ଝିଅ ଜ୍ୱାଇଁ ଉପସ୍ଥିତ ଥିଲେ। ଖବର ପାଇ କେନ୍ଦୁଝର ପୁରୁଣାସହର ବୈଦରାଜସାହିସ୍ଥିତ ତାଙ୍କ ବାସଭବନରେ ବହୁ ଶୁଭେଛୁ ଓ ପ୍ରିୟଜନ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।

Related Articles

Back to top button