ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ଉଠାଇବା ବାରଣ ନେଇ ସଚେତନତା ସୃଷ୍ଟି କରିବାକୁ ପିସିସିଏଫଙ୍କ ପକ୍ଷରୁ ନିର୍ଦ୍ଦେଶ

ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ନେବା ପାଇଁ ପ୍ରାୟ ଅନେକ ଜଣ ଆଗ୍ରହୀ ଥା’ନ୍ତି। ସେମାନେ ଯେକୌଣସି ସମୟରେ ଯେଉଁଠିକୁ ବି ବୁଲିବାକୁ ଯାଇଥା’ନ୍ତି, ଆଗ ସେମାନେ ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ନିଅନ୍ତି। କିନ୍ତୁ ଏଭଳି କରିବା ଆଇନ ବିରୋଧୀ ଅଟେ। ଏହାକୁ ବାରଣ ମଧ୍ୟ କରାଯାଇଛି। ତେବେ ଏନେଇ ସଚେତନତା ସୃଷ୍ଟି କରିବାକୁ ବର୍ତ୍ତମାନ ନିର୍ଦ୍ଦେଶ ଜାରି କରାଯାଇଛି।

ସୂଚନା ଥାଉକି, ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ଉଠାଇବା ବାରଣ ନେଇ ସଚେତନତା ସୃଷ୍ଟି କରିବାକୁ ପିସିସିଏଫଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ଡ଼ିଏଫଓ, ଶିମିଳିପାଳ ଓ ନନ୍ଦନକାନନ କତ୍ତୃପକ୍ଷଙ୍କୁ ପିସିସିଏଫ ଚିଠି ଲେଖି ଜଣାଇଛନ୍ତି । ତେବେ ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ନେଇ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବା ଆଇନ ବିରୋଧୀ। ଯଦି କେହି ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ନିଅନ୍ତି କିମ୍ବା ତାହାର ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ଼ କରନ୍ତି, ତାହେଲେ ସେମାନଙ୍କ ପାଇଁ ୭ ବର୍ଷ ଜେଲଦଣ୍ଡର ବ୍ୟବସ୍ଥା ରହିଛି। ଏନେଇ ଲୋକଙ୍କୁ ସଚେତନ କରାଇବା ପାଇଁ ପିସିସିଏଫ ଚିଠି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button