ସମ୍ବଲପୁର ବିଶ୍ୱବିଦ୍ୟାଳୟର ଆଜି ପୁଣି ପ୍ରଶ୍ନପତ୍ର ଲିକ୍, ଫିଜିକ୍ସ ପରୀକ୍ଷା ବାତିଲ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଗତକାଲି ପରି ଆଜି ବି ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା ମିଳିଛି । ଆଜି ବିଶ୍ୱବିଦ୍ୟାଳୟରେ ଫିଜିକ୍ସ ଅନର୍ସ ପରୀକ୍ଷା ଥିବା ବେଳେ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଛି । ପରୀକ୍ଷା ପୂର୍ବରୁ ଫିଜିକ୍ସ ଅନର୍ସ-୧୪ ପରୀକ୍ଷା ବାତିଲ୍ ହୋଇଛି ।

ପ୍ରଶ୍ନପତ୍ର ଲିକ୍ ପରେ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ଆଜି ଫିଜିକ୍ସ ଅନର୍ସ-୧୪ ପରୀକ୍ଷା ହେବାର ଥିଲା । ପରୀକ୍ଷା ବାତିଲ ନେଇ ପରୀକ୍ଷା ନିରୀକ୍ଷକ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଗୁରୁବାର ଦିନ ମଧ୍ୟ ଏଜୁକେସନ ଅନର୍ସ ପରୀକ୍ଷା +୩ ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ହୋଇଥିଲା ।

ଏଜୁକେସନ ଅନର୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଖୋଦ୍ କର୍ତ୍ତୃପକ୍ଷ ସ୍ୱୀକାର କରିଥିଲେ । ଗୁରୁବାର ଦିନ ସକାଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମିଶୁଥିଲା । କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ଲିକ୍ ହୋଇଛି ଓ ଭାଇରାଲ ହୋଇଛି, ସେନେଇ ତଦନ୍ତ କରାଯିବ । ଦୋଷୀ କର୍ମଚାରୀ ଓ ଅଧିକାରୀଙ୍କ ବିରୁଦ୍ଧରେ ଏଫଆଇଆର, କାର୍ଯ୍ୟାନୁଷ୍ଠାନ ହେବ ବୋଲି କର୍ତ୍ତୃପକ୍ଷ କହିଥିଲେ ।

Related Articles

Back to top button