ନକଲି ଔଷଧ କାରବାର ମାମଲାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

କଟକ: ନକଲି ଔଷଧ କାରବାର ଘଟଣାରେ ସିବିଆଇ ତଦନ୍ତ ଆବଶ୍ୟକ କହି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଅଭିଷେକ ଦାସ । ଏହି ମାମଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକାଧିଜ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି। ଯେହେତୁ ଏହି ବେଆଇନ କାରବାରରେ ଏକାଧିକ ବ୍ୟକ୍ତି ଏବଂ ସଂସ୍ଥା ଜଡିତ ଥିବାର ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ଏହାର ଚେର ମଧ୍ୟ ରାଜ୍ୟ ବାହାରକୁ ଲମ୍ବିଛି । ତେଣୁ ପୁରା ଘଟଣାକ୍ରମରେ କେଉଁମାନେ ସମ୍ପୃକ୍ତ ସେସବୁ ଉପରୁ ପରଦା ଉଠାଇବା ଲାଗି ସିବିଆଇକୁ ତଦନ୍ତ ଭାର ଦେବାକୁ ଆବେଦନକାରୀ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ।

ସେହିପରି ଅନ୍ୟପଟେ କଟକରୁ ନକଲି ମେଡିସିନ ବିକିବା ଘଟଣାରେ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା ପୋଲିସ। ପୁରୀଘାଟ ଥାନା ଅଧିକାରୀଙ୍କ ନେତୃତ୍ବରେ ଚାରି ଜଣିଆ ଟିମ୍ ରାଜ୍ୟ ବାହାରକୁ ଯାଇଛି।

Related Articles

Back to top button