ଅଭିନେତା ଅଶୋକ କୁମାରଙ୍କ ଝିଅ ଭାରତୀ ଜାଫରିଙ୍କ ଦେହାନ୍ତ

ମୁମ୍ବାଇ: ବଲିଉଡ ଜଗତରୁ ପୁଣି ଆସିଲା ଦୁଃଖଦ ଖବର । ଦିବଂଗତ ଅଭିନେତା ଅଶୋକ କୁମାରଙ୍କ ଝିଅ ଭାରତୀ ଜାଫରିଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନନ୍ଦିତା ଦାସ ଏନେଇ ସୂଚନା ଦେବା ସହିତ ତାଙ୍କ ସହ ଜଡିତ ଏକ ସ୍ମୃତି ସେୟାର କରିଛନ୍ତି ।

ନନ୍ଦିତା ଦାସ ଏହା ମଧ୍ୟ କହିଛନ୍ତି ଯେ, ସେ ଭାରତୀ ଜାଫରିଙ୍କୁ ବହୁତ ମିସ୍‌ କରିବେ । ସେ ଜଣେ ଭଲ ଅଭିନେତ୍ରୀ ମଧ୍ୟ ଥିଲେ। ନନ୍ଦିତା ଦାସ କହିଛନ୍ତି, ‘ଭାରତୀ ଜାଫରି ଅତି ଭଲ ଥିଲେ । ଭାରତୀ ଜୀ ଆମକୁ ବହୁତ ଭଲ ପାଆନ୍ତି । ସେ ମୋତେ ସବୁବେଳେ ମୋ ଜନ୍ମଦିନରେ ଶୁଭେଚ୍ଛା ପଠାନ୍ତି । ମୁଁ ତାଙ୍କୁ ବହୁତ ମିସ୍‌ କରିବି।’

ବଲିଉଡ ତଥା ଟିଭି ଅଭିନେତା କନୱଲଜିତ ସିଂ ମଧ୍ୟ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଭାରତୀ ଜାଫରିଙ୍କ ମୃତ୍ୟୁ ବିଷୟରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ସେ ଭାରତୀଙ୍କ ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି ଯେ ଆମର ପ୍ରିୟ ଭାରତୀ ଜାଫରି, ଝିଅ, ଭଉଣୀ, ପତ୍ନୀ, ମାଆ, ଜେଜେମାଆ, ମାଉସୀ, ପଡ଼ୋଶୀ, ବନ୍ଧୁ ଏବଂ ପ୍ରେରଣା ଆମକୁ ଛାଡି ଚାଲିଗଲେ।

ଭାରତ ଜାଫରି ‘ହାଜାର ଚୌରାସୀ କି ମା’, ସାସ୍‌, ‘ଦମନ’ ଏବଂ ଦେବୀ ଅହଲ୍ୟା ବାଇ ପରି ଚଳଚ୍ଚିତ୍ରରେ ଉତ୍କୃଷ୍ଟ ଅଭିନୟ କରିଥିଲେ । ସେ ଅଭିନେତା ସୟଦ ଜାଫରିଙ୍କ ଭାଇ ହମିଦ ଜାଫରିଙ୍କୁ ବିବାହ କରିଥିଲେ । ଅନୁରାଧା ପଟେଲ ତାଙ୍କ ଝିଅ । ରୂପା ବର୍ମା, ପ୍ରୀତି ଗାଙ୍ଗୁଲି, ଅରୁପ ଗାଙ୍ଗୁଲି ତାଙ୍କର ଭାଇଭଉଣୀ ।

Related Articles

Back to top button