ସଫ୍ଟଓ୍ବେୟାର ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲା: ବୟଫ୍ରେଣ୍ଡ ସୌମ୍ୟଜିତ୍‌ଙ୍କୁ ଥାନାକୁ ଡାକି ପୋଲିସର ପଚରାଉଚରା

ଭୁବନେଶ୍ୱର: ରାଜଧାନୀରେ ବହୁ ଚର୍ଚ୍ଚିତ ସଫ୍ଟଓ୍ବେୟାର ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲାକୁ ମାସେ ପୂରଣ ହେବାକୁ ବସିଥିବା ବେଳେ ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଶ୍ୱେତାଙ୍କ ମୃତ୍ୟୁ ପାଇଁ ପୂର୍ବରୁ ପରିବାର ଲୋକେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଦାୟୀ କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଦୀର୍ଘଦିନ ପୋଲିସ ସୌମ୍ୟଜିତ୍‌ଙ୍କୁ ଚନ୍ଦ୍ରଶେଖରପୁର ଥାନାକୁ ଡାକି ପଚରାଉଚରା କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅଗଷ୍ଟ ୧୯ ବିଳମ୍ବିତ ରାତିରେ ଶ୍ୱେତା ଆତ୍ମହତ୍ୟା କରିଥିଲେ। ଶ୍ୱେତାଙ୍କ କଲ୍‌ ଡିଟେଲ୍ସ ବାହାରିବା ପରେ ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସେ ସୌମ୍ୟଙ୍କୁ ୧୫ ଥର କଲ୍‌ କରିଥିବା ବେଳେ ସୌମ୍ୟ ତାଙ୍କ ଫୋନ ଉଠାଇ ନ ଥିଲେ। ଉଭୟଙ୍କ ଏକ ଅଡିଓ ଭାଇରାଲ ହୋଇଥିଲା। ଏଥିରେ ଶ୍ୱେତାଙ୍କୁ ସୌମ୍ୟଜିତ୍‌ ଗାଳିଗୁଲଜ କରୁଥିବା ଶୁଣିବାକୁ ମିଳିଥିଲା।

Related Articles

Back to top button