
କଟକରୁ ପୁଣି ଜବତ ହେଲା ନକଲି ଟେଲମା-୪୦ ଔଷଧ
କଟକ : ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ । କଟକ ମହତାବ ରୋଡ ଅଞ୍ଚଳରୁ ଜବତ ହେଲା ଲକ୍ଷାଧିକ ଟଙ୍କାର ନକଲି ମେଡ଼ିସିନ୍ । କଳା ତାଲିକା ଭୁକ୍ତ ଭି.ଆର ଏଜେନସିର ଔଷଧ ଟ୍ରାନ୍ସପୋର୍ଟରୁ ଜବତ କରିଛି ପୋଲିସ । ୧୩୫୦ ଷ୍ଟ୍ରିପ ଟେଲମା-୪୦ ଔଷଧ ସିଜ କରିଛି କଟକ ପୁରୀଘାଟ ଥାନା ପୋଲିସ। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।
ତେବେ ପୂର୍ବରୁ ଭୁବନେଶ୍ୱର ଏବଂ କଟକରୁ ନକଲି ଔଷଧ ଜବତ ହୋଇଥିଲା। କଟକରେ ଦୁଇ ଷ୍ଟକିଷ୍ଟଙ୍କୁ ଗିରଫ ମଧ୍ୟ କରିଥିଲା ପୁଲିସ । ସେବେଠୁ ତଦନ୍ତ ଚାଲିଥିଲା ଆଉ ଆଜି ପୁଣି ନକଲି ଟେଲମା ୪୦ ଜବତ ହୋଇଛି।