ପୁରୀ ଗୋପ ବ୍ଲକରୁ ପେଟ୍ରୋଲ ମିଳିବାର ସଂଭାବନା

ପୁରୀ: ଓଡ଼ିଶାର ମାଟି ତଳେ ରହିଛି ତୈଳ ଓ ପ୍ରାକୃତିକ ଗ୍ୟାସ୍‌। ଏନେଇ ଅନେକ ଥର କୁହାଯାଇଥିଲାବେଳେ ଏବେ ଏହା ଉପରେ ମୋହର ମାରିଛି ଅଏଲ ଇଣ୍ଡିଆ ଲିମିଟେଡ୍‌  କଂପାନିର । କଂପାନିର ସର୍ଭେରୁ ସ୍ପଷ୍ଟ ହେବା ପରେ  ଆଜି ପୁରୀ ଜିଲ୍ଲା ଗୋପ ଅଞ୍ଚଳ ୩୭ ଜଣ ଜମି ମାଲିକଙ୍କୁ ଗୁଣ୍ଠକୁ ବର୍ଷକୁ 15 ହଜାର ଲେଖାଏଁ 3 ବର୍ଷ ପାଇଁ ଜମି ନିଆଯାଇଛି ।  ପାଖାପାଖି 10 କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି। ଦୁଇବର୍ଷ ହେଲା ଅଏଲ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୁତଳ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ସନ୍ଧାନ ପାଇଁ ସର୍ଭେ କରାଯାଇଥିଲା। ସେହି ସମୟରେ ଗୋପ ବ୍ଲକର ଦୁଇଟି ସ୍ଥାନରେ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିଲା। ଆଜି ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଗୋପ ବ୍ଲକର କୁସୁପୁର ମୌଜାର ଚିହ୍ନଟ ୮ ଏକର ଜମିର ୩୭ ଜଣ ମାଲିକଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ଗୋପ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ସମାରୋହରେ ଅଏଲ ଇଣ୍ଡିଆ କର୍ତ୍ତୃପକ୍ଷ ୩୭ ଜଣ ଚାଷୀଙ୍କୁ ପାଖାପାଖି ଦଶ କୋଟି ଟଙ୍କା ପ୍ରଦାନ କରିଛନ୍ତି। କମ୍ପାନୀ ପକ୍ଷରୁ ଚାଷୀଙ୍କୁ ଗୁଣ୍ଠ ପିଛା 15 ହଜାର ଟଙ୍କା ପ୍ରଦାନ କରାଯାଇଛି। ତିନି ବର୍ଷକୁ ମୋଟ୍‌ ୫୧ ହଜାର ଟଙ୍କା ଲେଖାଏଁ ଚାଷୀଙ୍କୁ ପ୍ରଦାନ କରାଯାଇଛି।

Related Articles

Back to top button