ହାଇକୋର୍ଟ ଗଲେ ପ୍ରକୃତି

କଟକ: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପ୍ରକୃତି ମିଶ୍ର । ପ୍ରକୃତିଙ୍କ ଏତଲା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇନଥିବା ନେଇ ସେ କୋର୍ଟରେ ମାମଲା ଦାଏର କରିଥିବା ଜଣାପଡ଼ିଛି ।

ସୂଚନା ଥାଉକି ବହୁ ଚର୍ଚ୍ଚିତ ଓଲିଉଡ୍‌ ଷ୍ଟାର୍‌ ବାବୁଶାନ୍‌ ଏବଂ ପ୍ରକୃତି ମିଶ୍ର ଘଟଣାରେ ଥାନାରେ ଦୁଇ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ଘଟଣା ଦିନ ମଧ୍ୟାହ୍ନ ସମୟରେ ଖାରବେଳ ଥାନାରେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର କରିଥିବା ବେଳେ ସନ୍ଧ୍ୟା ସମୟରେ ଥାନାରେ ବୋହୂଙ୍କ ସହ ପହଞ୍ଚିଥିଲେ ଅପରାଜିତା ମହାନ୍ତି । ସେ ମଧ୍ୟ ଥାନାରେ ମାମଲା ଦାଏର କରିଥିଲେ । ପ୍ରଥମେ ବୋହୂଙ୍କ ଘରେ ପହଞ୍ଚି ସେଠୁ ତାଙ୍କୁ ଧରି ଥାନାକୁ ଯାଇଥିଲେ ଅପରାଜିତା । ତୃପ୍ତିଙ୍କ ମାଉସୀ ମଧ୍ୟ ସେମାନଙ୍କ ସହିତ ରହିଥିବା ଦେଖିବାକୁ ମିଳିଥିଲା ।

ପ୍ରକୃତିଙ୍କ ସହ ବାବୁଶାନ ଗାଡ଼ିରେ ଯିବା ବେଳେ ମାଡ଼ ମାରିଥିଲେ ପତ୍ନୀ। ପ୍ରକୃତି ତାଙ୍କ ପରିବାରକୁ ନଷ୍ଟ କରୁଥିବା କହି ପ୍ରକୃତିଙ୍କ ଚୁଟି ଟଣା ଓଟରା କରି ମାରିଥିଲେ। ବାବୁଶାନଙ୍କ ସହ ସଂପର୍କ ଖରାପ ପାଇଁ ପ୍ରକୃତି ଦାୟୀ ବୋଲି କହିଥିଲେ।  ରାସ୍ତା ମଝିରେ  ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ ପତ୍ନୀ। ବାବୁଶାନ୍ ପ୍ରତିବାଦ କରିଥିବାରୁ, କାର୍ ରୁ ଟାଣି ଆଣି  ବାବୁସାନଙ୍କୁ ମାଡ଼ ମାରିଥିଲେ ପତ୍ନୀ। ବିଚ୍ ରାସ୍ତାରେ ଏହି ହାଇଡ୍ରାମାର ଭିଡିଓ ଭାଇରାଲ୍ ହୋଇଥିଲା ।

ତେବେ ଏହି ମାମଲାରେ ପ୍ରକୃତି ଦେଇଥିବା ଏଫ୍‌ଆଇଆର୍‌ ଉପରେ ପୋଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ସେ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Related Articles

Back to top button