ରାହୁଲ ଦ୍ରାବିଡ କରୋନା ପଜିଟିଭ୍

ନୂଆଦିଲ୍ଲୀ, ୨୩|୦୮:  ଏସିଆ କପ୍ ପୂର୍ବରୁ ଭାରତକୁ ବଡ ଝଟକା ଲାଗିଛି । ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ଏସିଆ କପ୍ ପାଇଁ ଦୁବାଇ ଗସ୍ତ କରିପାରିବେ ନା ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । ଦଳ ଆଜି ହିଁ ୟୁଏଇ ଅଭିମୁଖେ ଯାତ୍ରା କରିବ । ଏହି ଟୁର୍ଣ୍ଣାମେଣ୍ଟ ଶନିବାର ଅର୍ଥାତ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ । ଭାରତ ୨୮ ତାରିଖରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

ନିକଟରେ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜ ଖେଳିଥିଲା । ଏଥିରେ ରାହୁଲଙ୍କ ବ୍ରେକ୍ ଦିଆଯାଇଥିଲା । ତାଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ଣଣଙ୍କୁ କୋଚ୍ ଭାବେ ଇଣ୍ଡିଜ ପଠାଯାଇଥିଲା । କେଏଲ ରାହୁଲ-ଲକ୍ଷ୍ଣଣଙ୍କ ଯୋଡି ଜିମ୍ବାଓ୍ୱେ ବିପକ୍ଷରେ ମଧ୍ୟ କ୍ଲିନ୍ ସ୍ୱିପ୍ କରିଥିଲା ।

ସୂଚନାଯୋଗ୍ୟ, ଏସିଆ କପ୍ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ । ଅଗଷ୍ଟ ୨୮ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହା ମୁକାବିଲା ହେବ । ଯାହା ପାଇଁ ପ୍ରଶଂସକ ଖୁବ୍ ଉତ୍ସାହିତ ରହିଛନ୍ତି । ଭାରତୀୟ ସମୟାନୁସାରେ ଏହା ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ।

ରାହୁଲ କରୋନା ପଜିଟିଭ୍ ହେଲା ପରେ ଚିନ୍ତା ବଢିଯାଇଛି ଦଳ। କାରଣ ତାଙ୍କର ରିପୋର୍ଟ ନେଗେଟିଭ୍ ନ ଆସିବା ଯାଏଁ ଦଳ ସହ ଯୋଡି ହୋଇପାରିବେ ନାହିଁ । ତାଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ଣଣ ଦଳ ସହ ଦୁବାଇ ଯାଇପାରନ୍ତି । ତେବେ ଏନେଇ ବିସିସିଆଇ କିଛି ସ୍ପଷ୍ଟ ସୂଚନା ଦେଇନାହିଁ ।

Related Articles

Back to top button