
ବୁ୍ଥ୍ରେ ପଶି ଇଭିଏମ୍ ଭଙ୍ଗାରୁଜା କରି ଫେରାର ହୋଇ ଯାଉଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଧରିଲା ପୋଲିସ
ବୋଲଗଡ଼ ବ୍ଲକର ଏକ ବୁ୍ଥ୍ରେ ପଶି ଇଭିଏମ୍ ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଏମ୍ପି ପ୍ରାର୍ଥୀ ଅପରାଜିତାଙ୍କ ଗାଡ଼ିରେ ଫେରାର ହୋଇ ଯାଉଥିବା ବେଳେ ସଦର ଏସ୍ଡିପିଓ ଦିଲ୍ଲୀପ ଦାସ ପହଞ୍ଚି ତାଙ୍କୁ ଧରି ବୋଲଗଡ ଥାନାରେ ଅଟକ ରଖିଛନ୍ତି।ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ। ଭୋଟିଂ ସମୟରେ ଇଭିଏମ୍ ଭାଙ୍ଗିଛନ୍ତି। ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ହିଂସାକାଣ୍ଡ ପରେ ଅପରାଜିତାଙ୍କ ଗାଡ଼ିରେ ବସି ଫେରାର ହୋଇଯାଇଥିଲେ, ଅଧା ବାଟରେ ପୋଲିସ ମାଡ଼ି ବସିଥିଲା।