ରାଜ୍ୟରେ ଆଜିଠୁ ବନ୍ଦ ହୋବ ଗୋରୁ ହାଟ: ପଡ଼ୋଶି ରାଜ୍ୟରେ ଲମ୍ପି ସ୍କିନ୍‌ ରୋଗ ଦେଖା ଯିବା ପରେ ସତର୍କତା

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଗୋରୁହାଟ ବନ୍ଦ ହେବ। ଏନେଇ କୃଷି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ପଡ଼ୋଶି ରାଜ୍ୟ ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରେ ଗୋରୁମାନଙ୍କ ପାଖରେ ଲମ୍ପି ସ୍କିନ୍‌ ରୋଗ ଦେଖା ଯିବା ପରେ ଏହି ସତର୍କ ମୂଳକ ପଦକ୍ଷେପ ନିଆଯାଇଛି। ଲମ୍ପି ସ୍କିନ୍‌ ରୋଗ ପାଇଁ ରାଜ୍ୟରେ ଏବେ ୧ ଲକ୍ଷ ଟୀକା (ଗୋଟ ପକ୍ସ) ମହଜୁଦ ରହିଛି। ପ୍ରଥମେ ସୀମାନ୍ତ ଜିଲ୍ଲାଗୁଡ଼ିକରେ ଏହି ଟୀକାକରଣ କରାଯିବ ବୋଲି ଜଣାପଡ଼ିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଓଡିଶାରେ ଗୋଟିଏବି ଲମ୍ପି ସ୍କିନ୍‌ ରୋଗ ଚିହ୍ନଟ ହୋଇନାହିଁ।

Related Articles

Back to top button