ଅଙ୍ଗନବାଡି ଚାକିରୀ କରାଇଦେବା ନାଁରେ ଟଙ୍କା ମାଗିବା ଘଟଣାରେ ସିଡିପିଓଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡ

ଜୟପୁର: ଚାକିରୀ ବଦଳରେ ଟଙ୍କା ମାଗିବା ଘଟଣାରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି କୋଟପାଡ ସିଡିପିଓ ସ୍ବର୍ଣ୍ଣଭା ଦାସ । କୋର୍ଟ ତାଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି।

ଲମତାପୁଟରେ ସିଡିପିଓ ଭାବେ ଗତ ୨୦୦୯ ମସିହାରେ କାର୍ଯ୍ୟରତ ଥିଲେ ସ୍ଵର୍ଣ୍ଣଭା ଦାସ। ସେହି ସମୟରେ ଅଙ୍ଗନବାଡି କର୍ମୀ ଭାବେ ଚାକିରୀ କରାଇଦେବାକୁ ସାବିତ୍ରୀ ମାଣ୍ଡି ନାମକ ଜଣେ ମହିଳାଙ୍କ ଠାରୁ ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ। ତେବେ ଦୀର୍ଘ ବର୍ଷ ପରେ କୋର୍ଟ ଏହି ମାମଲାରେ ନିଜର ରାୟ ଶୁଣାଇ ସିଡିପିଓଙ୍କୁ ଦଣ୍ଡିତ କରିଛନ୍ତି।

Related Articles

Back to top button