
ରଥଯାତ୍ରା ପାଇଁ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ପ୍ରସ୍ତୁତି କାର୍ଯ୍ୟ
ରଥଯାତ୍ରା ପାଇଁ ରଥଖଳାରେ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଏବେ ସୁଦ୍ଧା ତିନି ରଥର ତୁମ୍ବ ଗୁଡିକରେ ପନ୍ଦାରି ଗାଡ ଖୋଦେଇ ଆରମ୍ଭ ହୋଇଯାଇଛି । ଏବଂ ତିନୋଟି ରଥର ୪୨ଟି ତୁମ୍ବର ୧୬ ଯୋଡା ବିନ୍ଧ କାର୍ଯ୍ୟ ଓ ଅଗର ବିନ୍ଧା କାର୍ଯ୍ୟ ମଧ୍ୟ ଶେଷ ହୋଇଥିବା ମହାରଣା ସୂଚନା ଦେଇଛନ୍ତି ।
ସେପଟେ ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ତିନି ରଥର ଓଝା ସେବକମାନେ ତିନି ରଥର ଚକା ଡେରା ନୀତି ପାଇଁ ଅର କଣ୍ଟା ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ଗୋଟିଏ ଗୋଟିଏ ନାହାକା ତୁମ୍ବ ପାଇଁ ୪ ଟି ଲେଖାଏଁ ୧୨ଟି ପନ୍ଦାରି ବଳା ନିର୍ମାଣ ସହ ତିନି ରଥର ଦୁଇ ଦୁଇଟି ଚକ ନିର୍ମାଣ ପାଇଁ ଆବଶ୍ୟକ ୩୨ ଯୋଡା ଲେଖାଏଁ ଅର କଣ୍ଟା ନିର୍ମାଣ ଶେଷ କରିଛନ୍ତି । ବାକି ତୁମ୍ବ ଗୁଡ଼ିକ ପାଇଁ ଅର କଣ୍ଟା ଏବଂ ପନ୍ଦାରୀ ବଳା ନିର୍ମାଣ ଜାରି ରଖିଛନ୍ତି ।