ବାଲେଶ୍ବରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବାଲେଶ୍ବରରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ କର୍ମୀଙ୍କ ମନୋବଳ ବଢାଇବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାଲେଶ୍ବରକୁ ଧାନ ଏବଂ ପାନର କ୍ଷେତ୍ର ବୋଲି କହିବା ସହ ଏଠି ମଧ୍ୟ ‘ପୁଣି ଥରେ ମୋଦୀ ସରକାର’ ବୋଲି ଗୁଞ୍ଜରିତ ହେଉଥିବା ମୋଦୀ କହିଛନ୍ତି ।

ଓଡ଼ିଶା ଲୋକଙ୍କ ଭଲପାଇବା ସେ କେବେ ଭୁଲି ପାରିବେନି ବୋଲି କହିବା ସହ ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ବିକାଶ ପାଇଁ ଏଥର ବିଜେପି ସରକାର ଆସିବା ଦରକାର ବୋଲି ମୋଦି ଉଦବୋଧନ ଦେଇଛନ୍ତି । ଓଡ଼ିଶାରେ ବିକାଶ ହେଉନି । ପୂର୍ବରୁ ଥିବା ଶିଳ୍ପ ବନ୍ଦ ହେଲାଣି । କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିଲେ ପର୍ଯ୍ୟଟନର ବିକାଶ ହେବ ବୋଲି ସେ କହିଛନ୍ତି । ଓଡ଼ିଶାରେ ତୀର୍ଥ ଯାତ୍ରୀ, ସମୁଦ୍ର ପର୍ଯ୍ୟଟନର ବିକାଶ କରାଯିବ ବୋଲି ମୋଦୀ ନିଜ ଭାଷଣରେ କହିଛନ୍ତି ।

Related Articles

Back to top button