୪୫ ଦଶମିକ ୬ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର

ପୁଣି ୪୫ ଡେଇଁଲା ତାପମାତ୍ରା । ଆଜି ଦିନ ସାଢେ ୨ଟା ସୁଦ୍ଧା ୪୫ ଦଶମିକ ୬ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସମ୍ବଲପୁରରେ ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ହୀରାକୁଦରେ ୪୪.୮ ଡିଗ୍ରୀ, ରାଉରକେଲାରେ ୪୩.୬ ଡିଗ୍ରୀ ତାପମାତ୍ରା ରହିଛି ।ସେହିପରି ତାପମାତ୍ରାରେ ସର୍ବକାଳୀନ ରେକର୍ଡ କରିଛି ଦିଲ୍ଲୀ । ଆଜି ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ୫୨.୩ ଡିଗ୍ରୀ ସେଲସିୟସରେ ପହଁଚିଛି ।

ଆସନ୍ତା ୪୮ ଘଣ୍ଟା ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ତାତି ସହ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିବ । ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।ବାଲଙ୍ଗୀର, ସୋନପୁର, ଝାରସୁଗୁଡା, ବୌଦ୍ଧ, କନ୍ଧମାଳ, ଓ କଳାହାଣ୍ଡିରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଅନୁଗୁଳ, କେନ୍ଦୁଝର, ନୂଆପଡା ଓ ସୁନ୍ଦରଗଡରେ ଗ୍ରୀଷ୍ମ ପ୍ରବାହ ରହିବ ।

୩୧ ତାରିଖ ପାଇଁ ୯ ଜିଲ୍ଲାକୁ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି । ୩୧ ତାରଖ ଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଜୁନ ୧ ଓ ୨ ତାରିଖରେ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ହାଲୁକା ବର୍ଷାର ସମ୍ଭାବନା ରହିଛି । ସେହିପରି ଏଥର ଶୀଘ୍ର ଆସୁଛି ମୌସୁମୀ । ଆସନ୍ତା ୨୪ ଘଂଟା ଭିତରେ ମୋସୁମୀ ବାୟୁ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି ।

Related Articles

Back to top button