ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର କଡା ପଦକ୍ଷେପ

ଆସନ୍ତା ଫେବୃଆରୀ ୨୦ ରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏହାରି ଭିତରେ ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କଡା ପଦକ୍ଷେପ ନେଇଛି । ସୂଚନା ଅନୁଯାୟୀ ଯଦି କୌଣସି ସ୍କୁଲରୁ ପ୍ରଶ୍ନପତ୍ର ଲିକ୍ ହୁଏ, ତେବେ ସଂପୃକ୍ତ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ହିଁ ସେଥିପାଇଁ ଦାୟୀ ରହିବେ । ଆବଶ୍ୟକ ସ୍ଥଳେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରୀକ୍ଷା ଚାଲିଥିବା ବେଳେ କେବଳ ପରୀକ୍ଷା କେନ୍ଦ୍ର ପରିଚାଳକକଙ୍କ ବ୍ୟତିତ ଅନ୍ୟ କେହି ମୋବାଇଲ ନେଇ ପ୍ରବେଶ କରିପାରିବେନାହିଁ । ସେହିଭଳି ପ୍ରଶ୍ନପତ୍ର ରହିିଥିବା ଆଲମାରୀ ଚାବି କେବଳେ ପରୀକ୍ଷା କେନ୍ଦ୍ରର ପରିଚାଳକଙ୍କ ପାଖରେ ରହିବ । ଏହାସହ ପରୀକ୍ଷା କେନ୍ଦ୍ରରେ କପି ରୋକିବା ପାଇଁ ତ୍ରିସ୍ତରୀୟ ନିରୀକ୍ଷକ ବ୍ୟବସ୍ଥା କରାଯାଇଛି ।

୧୨ରୁ ୨୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ନୀରିକ୍ଷକ ଓ ୨୪ରୁ ୨୮ ଜଣଙ୍କ ପାଇଁ ଜଣେ ଭ୍ରାମ୍ୟମାଳ ନୀରିକ୍ଷକ ଏବଂ ୪୮ରୁ ୯୬ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ରିଲିଭିଂ ନୀରିକ୍ଷକ ଅଧିକାରୀ ନିଯୁକ୍ତ ହେବେ । ମୂଳ ପରୀକ୍ଷକଙ୍କ ଅନୁପସ୍ଥିତିରେ ରିଲିଭିଂ ନୀରିକ୍ଷକ ପରୀକ୍ଷା ଦାୟିତ୍ୱ ତୁଲାଇବେ । ପରୀକ୍ଷା କେନ୍ଦ୍ର ବାହାରେ ପୁରା ସ୍ଥିତି ଉପରେ ନଜର ରଖିବେ ଭ୍ରାମ୍ୟମାଣ ନୀରିକ୍ଷକ । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପରିକ୍ଷାର୍ଥୀ ଙ୍କ ଶତପ୍ରତିଶତ ଉପସ୍ଥାନ ଉପରେ ବୋର୍ଡର ନଜର ରହିଛି । ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ସମସ୍ତ ତଥ୍ୟ ବୋର୍ଡ ୱେବ୍ ସାଇଟ୍ ରେ ଅପଲୋଡ କରାଯାଇଛି ।

Related Articles

Back to top button