ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ

ଶନିବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ । ସନ୍ଧ୍ୟାଧୂପ ପରେ ବେଶ ବିଜେ, ବଡ ସିଂହାର ଲାଗି କରାଯିବା ସହ ଦିବ୍ୟ ପଦ୍ମବେଶ ଅନୁଷ୍ଠିତ ହେବ । ଏଥିପାଇଁ ସ୍ୱତନ୍ତ୍ର ନୀତିକାନ୍ତି ନିଘଣ୍ଟ କରାଯାଇଛି । ମାଘମାସ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ଶନିବାର ବା ମଙ୍ଗଳବାରରେ ଏହି ବେଶ ହୋଇଥାଏ। ପଦ୍ମଫୁଲରେ ସଜ୍ଜିତ ହେବେ ଶ୍ରୀଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ମା ଶୁଭଦ୍ରା । ବଡଛତା ମଠ ପକ୍ଷରୁ ଦିଆଯାଇଥିବା ସାମଗ୍ରୀରେ ଦୟଣାମାଳି, ସେବକଙ୍କ ନେତୃତ୍ୱରେ ବେଶ କାରିଗର ମାନେ ପଦ୍ମବେଶ ପ୍ରସ୍ତୁତ କରିଛନ୍ତି ।

Related Articles

Back to top button