ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ବିଧୂଭୂଷଣ ମିଶ୍ର

ଭୁବନେଶ୍ବର: ପ୍ରଫେସର ବିଧୂଭୂଷଣ ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଚାରି ବର୍ଷ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ଭାବରେ ନିଯୁକ୍ତ କରିଛନ୍ତି। ପ୍ରଫେସର ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟର ବ୍ୟବସାୟ ପ୍ରଶାସନ ବିଭାଗର ପ୍ରଫେସର ଭାବେ ଅବସର ନେଇଛନ୍ତି। ସେ ୯ଟି ପୁସ୍ତକ ରଚନା କରିବା ସହ ବିଭିନ୍ନ ଲୋକପ୍ରିୟ ପତ୍ରିକା ପାଇଁ ୧୨୨ଟି ଆର୍ଟିକିଲ୍‌ ଲେଖିଛନ୍ତି। ତାଙ୍କର ୩୪ ବର୍ଷରୁ ଅଧିକ ସମୟର ଶିକ୍ଷାଦାନ ଅଭିଜ୍ଞତା ଅଛି। ଏହାବ୍ୟତୀତ ସେ ସଫଳତାର ସହ ଜଣେ ଡିଲିଟ୍, ୩୯ ଜଣ ପିଏଚଡି ଓ ୩ ଜଣ ଏମଫିଲ୍ ସ୍କଲାରଙ୍କୁ ଗାଇଡ୍ କରିଛନ୍ତି। ସୂଚନାଯୋଗ୍ୟ, ସମ୍ବଲପୁର ବିଶ୍ବବିଦ୍ୟାଳୟର ବିବାଦୀୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲ ନିଜ ପଦରୁ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡ଼ିଥିଲା।

 

Related Articles

Back to top button