ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା

ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ହୋଇଛନ୍ତି ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା । ବିଶ୍ୱବିଦ୍ୟାଲୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି।

ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ ର ଧାରା ୬ର ଉପ ଧାରା (୭) ର କ୍ଷମତା ପ୍ରୟୋଗ କରି ଓଡିଶା ରାଜ୍ୟପାଳ ତାଙ୍କୁ ନିଯୁକ୍ତି ଦେଇଛନ୍ତି  । ୨୯ ବର୍ଷର ଅଧ୍ୟାପନା ଅଭିଜ୍ଞତା ଥିବା ପ୍ରଫେସର ପଣ୍ଡା ବରୋଦା ସ୍ଥିତ ମହାରାଜା ସାୟାଜୀରାଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକରୁଛନ୍ତି ।

Related Articles

Back to top button